ମୁଣ୍ଡିଗୁଡାରେ ଅବକାରୀ ଚଢାଉ
ଜୟପୁର : ଦେଶି ମଦ ପ୍ରସ୍ତୁତ କରୁଥିବା ସୁଚନା ପାଇ ଜୟପୁର ଅବକାରି ବିଭାଗ ମୁଣ୍ଡିଗୁଡା ନିକଟ ଜଙ୍ଗଲରେ ଚଢାଉ କରିଛି । ଚଢାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଘଟଣା ସ୍ଥଳରେ ବହୁ ମଦ ଭାଟି ଭାଙ୍ଗିବା ସହ ୬ ଶହ ଲିଟର ପୋଚ ଓ ୩୦ ଲିଟର ଦେଶି ମଦ କୁ ଜବତ କରି ନଷ୍ଟ କରିଛି । ଘଟଣା ସ୍ଥଳରୁ ମଦ ରନ୍ଦା ସରଞ୍ଜାମ ଡ୍ରମ ଆଦିକୁ ଜବତ କରିଥିବା ଜୟପୁର ଅବକାରି ଓଆଇସି ସଞ୍ଜୟ କୁମାର କାଣ୍ଡି ସୂଚନା ଦିଆଯାଇଛି ।
