ପୂଜାରିପୁଟ ରେ ନିଳକଣ୍ଠେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
ବୋରିଗୁମ୍ମା : ବୋରିଗୁମ୍ମା ସହର ନିକଟରେ ଥିବା ପୂଜାରିପୁଟ ପଞ୍ଚାୟତ ଅନ୍ତର୍ଗତ ଦେଉଳଗୁଡା ଠାରେ ଶ୍ରୀ ନିଳକଣ୍ଠେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି।ବ୍ରହ୍ମ ଶରତ ଚନ୍ଦ୍ର ତ୍ରିପାଠୀ ଙ୍କ ତତ୍ୱବାଧାନରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ପ୍ରଥମ ଦିନରେ ଅଧିବାସ, ଦ୍ଵିତୀୟ ଦିନରେ କର୍ମାରମ୍ଭ ସୂର୍ଯ୍ୟ ପୂଜା,ଗୋ ପୂଜା,ଷଟପୂଜା ଅନୁଷ୍ଠିତ ହୋଇଥିବା ବେଳେ ତୃତୀୟ ଦିନରେ ଧେନୁ ପୂଜା,ହୋମ, ଦେବାଧିବାସ ଓ ନ୍ୟାସ, ଚତୁର୍ଥ ଦିନ ରେ ଧେନୁପୁଜା,ହୋମ,ରତ୍ନଗର୍ଭ ପ୍ରତିଷ୍ଠା ପଞ୍ଚମ ଦିନରେ ଧେନୁପୁଜା,ହୋମ,ପ୍ରାସାଧିବାସ,ଶିଖର ପ୍ରତିଷ୍ଠା ଶେଷ ଦିନରେ ଦେବତା ପ୍ରବେଶ ଓ ପୂର୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରତିଷ୍ଠା ଉତ୍ସବ ର ଶେଷ ଦିନରେ ଛତିଶଗଡ଼ ରାଜ୍ୟ ଜଗଦଲପୁର ର ମହାରାଜା କମଲଚାନ୍ଦ ଭଞ୍ଜଦେଓ ଯୋଗ ଦେଇଥିଲେ।ଜଗଦଲପୁର ର ମହାରାଜା କମଲଚାନ୍ଦ ଭଞ୍ଜଦେଓ ଙ୍କୁ ପୂଜାରିପୁଟ ଗ୍ରାମବାସୀ ସ୍ୱାଗତ କରିବା ସହ ବିରାଟ ପଟୁଆର ରେ ମନ୍ଦିର ନିକଟ କୁ ନେଇଥିଲେ।ପୂଜାରିପୁଟ ର ନିଳକଣ୍ଠେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବରେ କର୍ତା ଭାବେ ହରିଶ୍ଚନ୍ଦ୍ର ହୋତା ଓ ତାଙ୍କ ଧର୍ମପତ୍ନୀ ସରସ୍ୱତୀ ହୋତା ଏବଂ ବିଜୟ ରଥ ଓ ତାଙ୍କ ଧର୍ମପତ୍ନୀ ଆଶା ରଥ ଯୋଗ ଦେଇ କାର୍ଯ୍ୟ ସମ୍ପାଦନ କରିଥିଲେ।ଶେଷ ଦିନରେ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆଖପାଖ ଅଞ୍ଚଳର ବହୁ ଲୋକ ଯୋଗ ଦେବା ସହ ପ୍ରସାଦ ସେବନ କରିଥିଲେ।
