ବ୍ଳକ ସ୍ତରୀୟ ଦୌଡ କୁଦ ପ୍ରତିଯୋଗିତା : ୩୦୦ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ଜଳେଶ୍ୱର : ଚଳିତବର୍ଷ ଜଳେଶ୍ୱର ବ୍ଳକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଶ୍ରୀଶ୍ରୀ ବରାଳ ବାଲୁକେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ଜିଲା ପରିଷଦ ଉପାଧ୍ୟକ୍ଷା ଅନୁସ୍ରୂୟା ପ୍ରଧାନ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟବକ୍ତାଭାବେ ବ୍ଲକ ଉପାଧ୍ୟକ୍ଷା ସଂଜିତା ସେନାପତି ଯୋଗ ଦେଇ ଶ୍ରୀକ୍ଷାରତ ଛାତ୍ରଛାତ୍ରୀଙ୍କ ସାମଗ୍ରୀକ ବିକାଶ ଲାଗି ଦୌଡକୁଦ ଏକାନ୍ତ ଅପରିହାର୍ଯ୍ୟ ବୋଲି କହିଥିଲେ । ଭାରପ୍ରାପ୍ତ ଗୋଷ୍ଠି ଶିକ୍ଷାଧିକାରୀ ଅଜୟ କୁମାର ଜେନାଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶ୍ରୀକାନ୍ତ ଚରଣ ଦାସ, ସରପଂଚ ବିଦ୍ୟାଧର ମଲ୍ଲିକ, ପ୍ରଧାନ ଶିକ୍ଷୟତ୍ରୀ ରଜନୀ ହାଁସଦା ବକ୍ତବ୍ୟ ରଖିଥିବା ବେଳେ ସରୋଜ ପାଣିଗ୍ରାହୀ ମଂଚ ଆହ୍ୱାନ, ହରମୋହନ ମହାନ୍ତି ବିବରଣୀ ପାଠ ଓ ସିଦ୍ଧେଶ୍ୱର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କ୍ରିକେଟ, ଭଲିବଲ୍, କବାଡି, ଡିସ୍କାସ୍ ଥ୍ରୋ, ସଟ୍ପୁଟ ଥ୍ରୋ, ଜେବଲିନ୍ ଥ୍ରୋ, ଯୋଗ, ଖୋକ, ଲମ୍ବ ଡିଆଁ, ଉଚ୍ଚ ଡିଆଁ ଏବଂ ବିଭିନ୍ନ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ସୁଶାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ମାନସ କୁମାର ଜେନା, ମୁଖ୍ୟବକ୍ତାଭାବେ ଜିଲା ଶାରିରୀକ ଶିକ୍ଷା ପ୍ରଶିକ୍ଷକ ଅଶୋକ କୁମାର ନାୟକ, ଡ. ଅଜିତ୍ ମହାନ୍ତ, ବଂଶିଧର ବାରିକ, ରାମକୃଷ୍ଣ ଦାସ, ଅଜୟ କୁମାର ଜେନା, ହରମୋହନ ମହାନ୍ତି ଓ ରଜନୀ ହାଁସଦା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରତିଯୋଗିତାରେ ୧ନଂ ହୋଇଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ଏବଂ ଖୋକ, ଯୋଗ, କ୍ରିକେଟ, ଭଲିବଲ୍ ଓ କବାଡିରେ ଖେଳିଥିବା ଛାତ୍ରଛାତ୍ରୀମାନେ ଜିଲାସ୍ତରକୁ ମନୋନୀତ ହୋଇଛନ୍ତି ।
