ନୀଳଗିରି ରଘୁନାଥଜୀଉ ମଠ ପରିଦର୍ଶନ କଲେ ଅତିରିକ୍ତ ସହାୟକ ଦେବୋତ୍ତର କମିଶନର
ନୀଳଗିରି : ନୀଳଗିରି ଜଗନ୍ନାଥ ମନ୍ଦିର ସନ୍ନିକଟ ରଘୁନାଥଜୀଉ ମଠ ପରିଦର୍ଶନ କଲେ ଓଡ଼ିଶା ଦେବୋତ୍ତର ବିଭାଗ କଟକ ଶାଖାର ଅତିରିକ୍ତ ସହାୟକ ଦେବୋତ୍ତର କମିଶନର ସଞ୍ଜୟ ଶୁଭ୍ରଜିତ ଆଚାର୍ଯ୍ୟ । ମଠର ଆୟବ୍ୟୟର ହିସାବ, ବିବାହ ରେଜିଷ୍ଟାର, କ୍ୟାସବୁକ୍ ଓ ରସିଦ୍ ତଦାରଖ ମଧ୍ୟ କରିଥିଲେ । ସେହିପରି ମଠରେ ସ୍ଥାୟୀ ନିର୍ବାହୀ ଅଧିକାରୀ ନଥିବାରୁ ଖୁବ୍ଶୀଘ୍ର ନିଯୁକ୍ତି କରାଯିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ମଠ ଅଧୀନରେ ଥିବା ୭ ଏକର ସମ୍ପତ୍ତିକୁ ଖୁବ୍ଶୀଘ୍ର ପୁନଃରୁଦ୍ଧାର କରାଯିବାକୁ ପରାମର୍ଶ ଦେଇଥିଲେ ।
ତାଙ୍କ ସହ ଦେବୋତ୍ତର ନିରୀକ୍ଷକ ଦେବବ୍ରତ ବିଶ୍ୱାଳ, ମଠର ସଦସ୍ୟ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ରାଜପରିବାରର ସଦସ୍ୟ ହରପ୍ରସାଦ ମର୍ଦ୍ଦରାଜ, ସଦସ୍ୟ ରାମଚନ୍ଦ୍ର ମହଲ, କମଳ ଲୋଚନ ମିଶ୍ର, ମହେନ୍ଦ୍ର ନାଥ ବେହେରା, କ୍ଷୀରୋଦ କୁମାର ଦାସ, ମଠର ପୁରୋହିତ ରବିନାରାୟଣ ଆଚାର୍ଯ୍ୟ, ପୂଜକ ଚିନ୍ମୟ ଷଡ଼ଙ୍ଗୀ, ସମାଜସେବୀ ଦାଶରଥି ରାଉତ, ସେବାୟତ ଶ୍ରୀକାନ୍ତ ବିଶ୍ୱାଳ, ପ୍ରସାଦ ପରିଚାଳକ ପ୍ରଫୁଲ୍ଲ କୁମାର ପରିଚ୍ଛା ଉପସ୍ଥିତ ଥିଲେ । ସେହିପରି ମଠ ସମ୍ମୁଖରେ ଥିବା ନୂତନ ମାର୍କେଟ୍ କମ୍ପଲେକ୍ସକୁ କମିଶନର ବୁଳି ଦେଖିବା ସହ ମଠର ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଥିଲେ ।
