ଦଶପଲ୍ଲାରେ ବ୍ଳକ ସ୍ତରୀୟ ନିଯୁକ୍ତି ଓ ପରାମର୍ଶ ମେଳା
ଦଶପଲ୍ଲା : ଦକ୍ଷତା ବିକାଶ ପ୍ରାଧିକାରୀ, ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନ, ନୟାଗଡ଼ ଆନୁକୂଲ୍ୟରେ ଗୁରୁବାର ଦିନ ଦଶପଲ୍ଲା ବ୍ଲକ ସଭାଗୃହରେ ଏକ ବ୍ଳକ ସ୍ତରୀୟ ନିଯୁକ୍ତି ଓ ପରାମର୍ଶ ମେଳା ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଜିଲ୍ଲା ପରିଷଦ ସଭ୍ଯା ସତ୍ୟଭାମା ନାୟକ, ଏବିଡିଓ ସତ୍ଯ ନାରାୟଣ ସେଠୀ, ଜିଲ୍ଲା ନିଯୁକ୍ତି ଅଧିକାରୀ ଦୁର୍ଗାଚରଣ ଦାସ, ପଲିଟେକ୍ନିକ୍ ଅଧ୍ଯକ୍ଷ ସୂର୍ଯ୍ୟମଣୀ ସାହୁ, ଆଇଟିଆଇ, ନୟାଗଡ଼ର ଅଧ୍ୟାପକ ବିବେକ କୁମାର ମହାନ୍ତି, ରିସର୍ଚ୍ଚ ଫେଲୋ ଲିଜାଲିନ୍ ମହାରଣା, ବିପିଏମ ଦିପ୍ତିମୟୀ ପ୍ରହରାଜ, ବିପିସି ପ୍ରଭାକର ଦାଶ, ବିଏଲସି ସଞ୍ଜୟ କୁମାର ନାୟକଙ୍କ ସମେତ ଓଏଲଏମ କର୍ମଚାରୀ ଯୋଗଦେଇଥିଲେ। ୨୦ଟି ପଞ୍ଚାୟତରୁ ୩୧୮ପିଲା ମେଳାରେ ଯୋଗଦେଇ ନାମ ପଂଜୀକରଣ କରିଥିଲେ। ୯ଟି ପ୍ରୋଜେକ୍ଟ ଇମ୍ପ୍ଳିମେଣ୍ଟିଂ ଏଜେନ୍ସିର କର୍ମଚାରୀ ଉପସ୍ଥିତ ଥିଲେ।
