ଦଶପଲ୍ଲା ବ୍ଲକ ଅଫିସ୍ ସମ୍ମୁଖରେ ବିଜେଡିର ବିକ୍ଷୋଭ
ଦଶପଲ୍ଲା : ଗରିବଙ୍କୁ ହକରୁ କେନ୍ଦ୍ର ସରକାର ୫କେଜି ଚାଉଳ କାଟିଦେଇଥିବାର ପ୍ରତିବାଦରେ ଗୁରବାର ଦିନ ଦଶପଲ୍ଲା ବ୍ଲକ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଇତ୍ଯବସରରେ ପ୍ରତିବାଦ ଶୋଭାଯାତ୍ରା ମହାବୀର ମନ୍ଦିର ଠାରୁ ବାହାରି ବ୍ଲକ ସମ୍ମୁଖରେ ପହଞ୍ଚିବା ପରେ ଏବିଡିଓଂକୁ ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଜେଡିର ବହୁ କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧି ଓ ମହିଳା ସାମିଲ୍ ହୋଇଥିଲେ l
