ଅସହାୟର ଶବ ସତ୍କାର କଲା ବିଙ୍ଗ୍ ହ୍ୟୁମାନ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ
ବଲାଙ୍ଗୀର : କିଛି ଦିନ ଆଗରୁ ବୁଧୁ ସାହୁ ନାମକ ଜଣେ ୮୦ ବର୍ଷୀୟ ବୁଦ୍ଧଙ୍କୁ ଡୁଙ୍ଗୁରିପାଲି ଠାରୁ ବିଙ୍ଗ ହ୍ୟୁମାନ ର କର୍ମକର୍ତା ମାନେ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତି କରିଥିଲେ ଏବଂ ତାଙ୍କର ସେବା ଶୁଶ୍ରୁଶା କରୁଥିଲେ । ପରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଯାଇଥିଲା । ବୃଦ୍ଧ ଜଣକ ଡୁଙ୍ଗୁରିପାଲି ଅଂଚଳର ବୋଲି ଜଣାପଡିଥିଲା । ପରିବାର ଲୋକ ଶବ ନେବାପାଇଁ ମନା କରିବା ପରେ ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ବିଭୁତି ପଡା ଶ୍ମଶାନରେ ମର୍ଯ୍ୟାଦାର ସହ ତାଙ୍କର ଶବ ସତ୍କାର କରାଯାଇଛି । ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ସୋମନାଥ ମିଶ୍ର, କନ୍ଦର୍ପ ପଧାନ, ବିଶ୍ୱଜିତ ପଟେଲ, ରନ୍ଜତ ପଧାନ, ବୁଲୁ ମହାକୁର, ବୀରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
