ବିଧାୟକଙ୍କ ଗାଡିକୁ ଅଣ୍ଡାମାଡ ବିଜେପି – ବିଜେଡ଼ି କର୍ମୀ ମୁହାଁମୁହିଁ
ବଲାଙ୍ଗିର : ବିଜେପିର ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ହୋଇଛି । ଆଜି ଅପରାହ୍ନରେ ପୁଇଁତଳା ପ୍ୟାକ୍ସ ଧାନମଣ୍ଡି ନିକଟରେ ବିଜେଡ଼ି କର୍ମୀ ମାନେ ତାଙ୍କ ଗାଡିକୁ ଅଣ୍ଡାମାଡ କରିଥିବା ଅଭିଯୋଗ ହୋଇଛି । ଅଣ୍ଡାମାଡକୁ ନେଇ ସେଠାରେ ବିଜେଡ଼ି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ସ୍ଥିତି ଦେଖିବାକୁ ମିଳିଛି । ପରେ ପୋଲିସ ସ୍ଥିତି ନିୟନ୍ତ୍ରଣକୁ ନେଇଛି । ଆଜି ସକାଳେ ବିଧାୟକ ମୁକେଶ ମହାଲିଙ୍ଗ ଭାଲେର-କୁରୁଲ ବ୍ରିଜ ର ଭିତିପ୍ରସ୍ତର ସ୍ଥାପନ ପାଇଁ ଯିବା ବେଳେ ତାଙ୍କ ନିର୍ବାଚନ ମଣ୍ଡଳି ପୁଇଁତଳା ଭାଲେର ଛକରେ ବିଜେଡ଼ି କର୍ମୀ ମାନେ କଳା ପତାକା ପ୍ରଦର୍ଶନ କରିଥିଲେ । ଯାହାକୁ ନେଇ ସେଠାରେ ବିଜେପି – ବିଜେଡ଼ି କର୍ମୀଙ୍କ ମଧ୍ୟରେ ଠେଲାପେଲା ଭଳି ସ୍ଥିତି ଦେଖିବାକୁ ମିଳିଥିଲା । ପରେ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ଅପରାହ୍ନରେ ଏହି ଘଟଣା ଘଟିଛି । ତେବେ ବିଧାୟକଙ୍କ ଉପରେ ଅଣ୍ଡାମାଡ ଘଟଣାକୁ ତାଙ୍କ ସମର୍ଥକ ମାନେ ନିନ୍ଦା କରିଛନ୍ତି ।
