ବିଜୁ ବାବୁଙ୍କ ୧୦୭ ତମ ଜୟନ୍ତି ପାଳିତ
ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଓଡିଶାର ବର ପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଆଜି ପାଳନ କରାଯାଇଛି କ୍ଷ ଏହି ଅବସରରେ ବଡ଼ମାଲସ୍ଥିତ ବିଜୁ ବାବୁଙ୍କୁ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯିବାସହ ରାଉତରାୟ ବାଗିଚାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି କ୍ଷ ଏଥିରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ଙ୍କ ସହ ବିଜୁ ଜନତା ଦଳର ବରିଷ୍ଠ କର୍ମୀମାନେ ଯୋଗଦେଇଥିଲେ କ୍ଷ ପ୍ରଥମେ ବଡ଼ମାଲ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ମାଲ୍ୟର୍ପଣ କରିବାପରେ ରାଉତରାୟ ବାଗିଚାର ଅନୁଷ୍ଠିତ ବିଜୁ ବାବୁଙ୍କ ଜୟନ୍ତୀ ସଭାରେ ଯୋଗଦେଇଥିଲେ ଦୀପାଳି କ୍ଷ ବିଜୁ ପଟ୍ଟନାୟକ ହେଉଛନ୍ତି ଓଡିଶାର ଗର୍ବ କ୍ଷ ସେ କେବେଳ ଓଡିଶାରେ ସୀମିତ ନଥିଲେ କ୍ଷ ସାରା ବିଶ୍ୱ ତାଙ୍କ ପରାକ୍ରମ ଦେଖିଛି କ୍ଷ ପ୍ରେତ୍ୟକ ଓଡ଼ିଆଙ୍କୁ ଏକଜୁଟ କରିବା, ମଜବୁତ କରିବା ତାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଜୁ ପଟ୍ଟନାୟକ ସବୁବେଳେ ଚେଷ୍ଟା କରିଥିଲେ କ୍ଷ ଓଡିଶା ତଥା ଭାରତବାସୀଙ୍କ ପାଇଁ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ କ୍ଷ ତେଣୁ ସେ ଚୀରସ୍ମରଣୀୟ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଜି ର ଦିବସ କୁ ଲୋକସେବା ଦିବସ ଭାବରେ ପାଳନ କରୁଛୁ ବୋଲି ଦୀପାଳି ଦାସ ପ୍ରକାଶ କରିଛନ୍ତି । ଆଜିର କାର୍ଯକ୍ରମ କୁ ସନ୍ଦିପ ଅ୍ୱସ୍ତି ସଞ୍ଚାଳନ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତୁଲାବତି ମିଞ୍ଜ , ଝାରସୁଗୁଡ଼ା ମୁନିଶିପାଳିଟି ଚେୟାରମେନ ଶ୍ରୀମତୀ ରାନି ହାତୀ, ଭାଇସ୍ ଚେୟାରମେନ ରାଜୁ ପାଣିଗ୍ରାହୀ, ଝାରସୁଗୁଡ଼ା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଚିତ୍ରଣୀ ପଟେଲ, ରୋଜାଲିନ ପଟେଲ, ତାପସ ରାୟ ଚୌଧୁରୀ, ରବି ସିଂ, ହରିଶ ଗନତ୍ରା, ରଘୁମନି ପଟେଲ, ଦାମୋଦର ନାଥ, ପ୍ରମୋଦ ତ୍ରିପାଠୀ, ବିଶ୍ୱନାଥ ତ୍ରିପାଠୀ, ମନୋରଞ୍ଜନ ମହାପାତ୍ର, ପି ରାମ ମୋହନ ରାଓ, ପ୍ରତାପ ନନ୍ଦ, ପିଣ୍ଟୁ ପାଢ଼ୀ,ମଦନ ହାତୀ, ପ୍ରଶାନ୍ତ ଜେନା, ଜାହିଦ କୁରେଷୀ, ଗୋବିନ୍ଦ ସିଂହାନିଆ, ସିଦ୍ଧାଥ ସରକାର,ଫୁପୁ ମହାନ୍ତି, ଶ୍ରୀକାନ୍ତ ମହାନ୍ତି , ଜୟ ପ୍ରକାଶ କୁଅଁର, ତୁଳସୀ ଦାସ , ସୂର୍ୟକାନ୍ତି ମହାପାତ୍ର, ସରିତା ଅଗ୍ରୱାଲ, ରଜନୀ ପାଣ୍ଡେ, ରୁବିନା ଖାଁ ପ୍ରମୁଖ ଉପସ୍ଥିତ ଥିଲେ । ମହିଳା ବିଜୁ ଜନତା ଦଳ ତରଫରୁ ମୁଖ୍ୟ ଚିକିତ୍ସାଲୟ ରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା ।
