ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଂଚ ଆବେଦନ ଖାରଜ
ଝାରସୁଗୁଡା : ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଂଚକୁ ଝଟକା ଲାଗିଛି । ଗୋପାଳର ମାନସିକ ସ୍ଥିତି ଯାଂଚ କରିବାକୁ କ୍ରାଇମବ୍ରାଂଚ ପକ୍ଷରୁ କରାଯାଇଥିବା ଆବେଦନକୁ ଝାରସୁଗୁଡା ଏଡିଜେ ଖାରଜ କରି ଦେଇଛନ୍ତି । ଉଲ୍ଲେଖନୀୟ ଯେ କ୍ରାଇମବ୍ରାଂଚ ଗୋପାଳକୁ ନିମହାନ୍ସ ନେବାକୁ ଆବେଦନ କରିଥିଲା । ପୂର୍ବରୁ କ୍ରାଇମବ୍ରାଂଚର ଏହି ଆବେଦନକୁ ତଳ କୋର୍ଟ ଖାରଜ କରିଥିଲେ । ତଳ କୋର୍ଟଙ୍କ ରାୟ ବିରୋଧରେ ଏଡିଜେ କୋର୍ଟ ଆସିଥିଲା କ୍ରାଇମବ୍ରାଂଚ ।
