ବିହାରର ଭାଜପା ନୁଆ ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ ମଙ୍ଗଳବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଲେ ସାକ୍ଷାତ
ପାଟନା : ବିହାରରେ ଭାଜପାର ନୁଆ ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ ମଙ୍ଗଳବାରଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହାର ସୁଚନା ସମ୍ରାଟ ଚୌଧୁରି ସୋସିଆଲ ମିଡିଆରେ ପ୍ରଧାନ ମନ୍ତ୍ରୀଙ୍କୁ ଧନ୍ୟବାଦଦେଇ ଜଣାଇଛନ୍ତି । ବିହାରରେ ଭାଜପାର ନବନିଯୁକ୍ତ ଅଧ୍ୟକ୍ଷ ସମ୍ରାଟ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଅବସରରେ ଶ୍ରୀମଦ ଭଗବତ ଗୀତା ପ୍ରଦାନ କରିଛନ୍ତି । ଏହି ସାକ୍ଷାତ କାର ଦୁଇଜଣଙ୍କ ମଧ୍ୟରେ ଏକ ଶିଷ୍ଟାଚାର ଭିତିକ ଅଟେ ।
