ବିଶ୍ୱକୁ ଶିକ୍ଷାଦେବା ଲକ୍ଷରେ ବିଶ୍ୱଭାରତୀର ହୋଇଥିଲା ସ୍ଥାପନା : ରାଷ୍ଟ୍ରପତି ମୁର୍ମୁ
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ କହିଛନ୍ତି ଗୁରୁଦେବ ରବିନ୍ଦ୍ରନାଥ ଟେଗୋର ଭାରତକୁ ଜ୍ଞାନର ମୁଖ୍ୟକେନ୍ଦ୍ର ଭାବରେ ଦେଖିଥିଲେ । ପୁରା ବିଶ୍ୱକୁ ଜ୍ଞାନଦେବା ଲକ୍ଷ୍ୟରେ ଏøତିହାସିକ ବିଶ୍ୱଭାରତୀର ସ୍ଥାପନା ହୋଇଥିଲା । ମଙ୍ଗଳବାରଦିନ ବୀରଭୁମି ଜିଲ୍ଲାର ଶାନ୍ତି ନିକେତନ ସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତନ ସମାରୋହରେ ମୁଖ୍ୟଅତିଥି ଭାବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ । ରାଷ୍ଟ୍ରପତି ଏøତିହାସିକ ପୃଷ୍ଠଭୂମିକୁ ସ୍ମରଣ କରି କହିଛନ୍ତି ଏଠାକୁ ଆସିବା କୌଣସି ତୀର୍ଥସ୍ଥାନ ଠାରୁ କମନୁହେଁ । ସେ ଆହୁରି କହିଛନ୍ତି ମୋତେ କେତେ ଶିକ୍ଷାଅନୁଷ୍ଠାନ ଯିବାକୁ ସୌଭାଗ୍ୟ ମିଳିଛି କିନ୍ତୁ ବିଶ୍ୱଭାରତୀକୁ ଆସିବା ମୋପାଇଁ ବହୁତ ଖାସ ଅଟେ କାରଣ ଏଠାରେ ଦୁନିଆର ସବୁଠାରୁ ମହାନ ବିଚାରକ ମାନଙ୍କ ମଧ୍ୟରୁ ଅନ୍ୟତମ ରବିନ୍ଦ୍ର ନାଥ ଟେଗୋରଙ୍କ ସ୍ମୃତି ଯୋଡା ହୋଇଅଛି । ଗୁରୁଦେବ ଭାରତକୁ ଜ୍ଞାନର ମୁଖ୍ୟକେନ୍ଦ୍ର ଭାବରେ ଦେଖିଥିଲେ । ତେଣୁ ଏଠାରୁ ପୁରା ବିଶ୍ୱକୁ ଶିକ୍ଷିତ କରିବା ଲକ୍ଷ୍ୟରେ ବିଶ୍ୱଭାରତୀର ସ୍ଥାପନା ହୋଇଥିଲା ।
