ଭିଟାମାଟି ବଞ୍ଚାଅ ସଂକଳ୍ପ ସମାବେଶ
ବାଲିଆପାଳ : ଦକ୍ଷିଣ ବାଲିଆପାଳର ସମୁଦ୍ର ଉପକୂଳ ୬ ପଞ୍ଚାୟତବାସୀଙ୍କ ଦ୍ୱାରା ଶନିବାର ସନ୍ଧ୍ୟାରେ ଚଉମୁଖ କାଳୀପୂଜା ମଣ୍ଡପ ପ୍ରାଙ୍ଗଣରେ ବାଲିଆପାଳ ଜନ ଆନ୍ଦୋଳନର ୩୮ ବର୍ଷ ପୂର୍ତି ସମାରୋହ ଅବସର ରେ ଭିଟାମାଟି ବଞ୍ଚାଅ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି ।
ଉପକୂଳ ଭିଟାମାଟି ସୁରକ୍ଷା କମିଟିର ସଭାପତି ସୁବାସ ଚୌଧୁରୀଙ୍କ ସଭାପତିତ୍ୱରେ ଏବଂ ଭିଟା ମାଟି ସୁରକ୍ଷା କମିଟିର ଆବାହକ ଅରୁଣ ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ଭିଟାମାଟି ବଞ୍ଚାଅ ଆନ୍ଦୋଳନରେ ବିଶିଷ୍ଟ ଗାନ୍ଧିବାଦୀ ସର୍ବୋଦୟ ନେତା, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ତଥା ସମ୍ପ୍ରତି ଭାରତବର୍ଷର ଭୂମି ଅଧିକାର ଅଭିଜାନର ଅଗ୍ରଣୀ ଯୁଦ୍ଧା ପିଭି ରାଜଗୋପାଳ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଲଢେଇ କଲେ ବିଜୟ ସୁନିଶ୍ଚିତ । ଦିନେ କ୍ଷେପଣାସ୍ତ୍ର ଘାଟି ଆନ୍ଦୋଳନ କରି ଆପଣ ମାନେ ଲଢ଼େଇର ବିଜୟ ହୋଇସାରିଛନ୍ତି । ବାଲିଆପାଳ ଭଳି ସୁନାର ମାଟିକୁ ସରକାର ଯେଉଁ ବିନାଶ କରିବାର ପ୍ରୟାସ କରୁଛନ୍ତି ତାହା ସାକାର ହେବନି । ସମାଜକୁ ପରିବର୍ତନ କରିବା ନିର୍ବାଚିତ ପ୍ରତିନିଧିଙ୍କ କାମ । ମାତ୍ର କାହିଁକି ବିନାଶ କରିବା ପାଇଁ ପ୍ରୟାସ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଆପଣଙ୍କ ଆନ୍ଦୋଳନକୁ ଦେଶ ବ୍ୟାପି ଜାଗରଣ କରିବାର ଦାୟିତ୍ୱ ମୁଁ ନେଉଛି ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ବିଶାଳ ଭିଟାମାଟି ବଞାଅ ସଂକଳ୍ପ ସମାବେଶ ଆନ୍ଦୋଳନକୁ ସମର୍ଥନ ଜଣାଇ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ, ପୂର୍ବତନ ବାଲିଆପାଳ ପଞାୟତ ସମିତିର ଅଧ୍ୟକ୍ଷ ବିଜନ ନାୟକ, ପଞାୟତ ସମିତି ଅଧ୍ୟକ୍ଷ ରଞ୍ଜିତା ନାୟକ, ପୂର୍ବତନ ବିଧାୟକ ଚିତ ଷଡ଼ଙ୍ଗୀ, ଜିଲା କଂଗ୍ରେସ କମିଟି ସଭାପତି ସଞ୍ଜିବ ଗିରି, ସିପିଆଇଏମ୍ ନେତା ଶିଶିର ହୋଇ, ସିପିଆଇ ନେତା ତପନ ସିଂ, ଏସ୍ୟୁସିଆଇର କୃଷ୍ନା କୁମାରୀ ସାହୁ, ଟିଏମ୍ସି ନେତା ନନ୍ଦନ ପାଲ, ଏକତା ପରିଷଦର ସଭାପତି ବିଜୟ ପ୍ରଧାନ, ସର୍ବୋଦୟ ନେତା ବିଧାନ ଚନ୍ଦ୍ର ରାୟ, ଭିଟାମାଟି ସୁରକ୍ଷା କମିଟିର ସଂଯୋଜକ ଅନୁଜ ମହାପାତ୍ର, ବେଣୁଧର ରଣଜିତ, ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ରାଜେଶ ଚୌଧୁରୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।
