ହନୁମାନ ଜୟନ୍ତୀ ଉତ୍ସବ ପାଳିତ
ବାଲେଶ୍ୱର : ବାଲେଶ୍ୱର ସହର ଅଙ୍ଗାରଗଡ଼ିଆ କଲ୍ୟାଣ ନଗର ସ୍ଥିତ ଚିନ୍ମୟ ମିଶନ ଶାଖା ପରିସରରେ ହନୁମାନ ଜୟନ୍ତୀ ଉତ୍ସବ ପାଳିତ ହୋଇଛି । ଏଥିରେ ପୂଜା, ଜପ, ଧ୍ୟାନ, ହନୁମାନ ଚାଳିଶା ପାଠ କରାଯାଇ ପ୍ରସାଦ ସେବନ ହୋଇଥିଲା ।
ସଭାପତି ଡ. କ୍ଷିତୀଶ୍ୱର ଦାସ ଉତ୍ସବକୁ ପରିଚାଳନା କରିଥିଲେ । ବ୍ରହ୍ମଚାରୀ ଅଗସ୍ତ୍ୟ ଚୈତନ୍ୟ ବୈଦିକ କର୍ମ ସମ୍ପାଦନା କରିଥିଲେ । ଧୀରେନ୍ଦ୍ର ନାରାୟଣ ଦାସ ଉପଦେଷ୍ଟା ଭାବରେ ଉପଦେଶ ପ୍ରଦାନ କରିଥିଲେ । ଦିବାକର ମହାପାତ୍ର, ପ୍ରଫୁଲ୍ଲ କୁମାର ଦାସ, ବିଜୟ କୁମାର ଦାସ ଅଧିକାରୀ, ରଜନୀକାନ୍ତ ବେହେରା, ଗଣେଶ ପରିଡ଼ା, ଗଙ୍ଗାଧର ପୃଷ୍ଟି, ବନମାଳି ନାୟକ, ବେଣୁମାଧବ ଶତପଥୀ, ବସନ୍ତ ନାୟକ, ଅକ୍ଷୟ ତ୍ରିପାଠୀ, ଅନିରୁଦ୍ଧ ବେହେରା ପ୍ରମୁଖ ସହାୟତା କରିଥିଲେ । ଶେଷରେ ହରିଶ୍ଚନ୍ଦ୍ର ସାହୁ ଶାନ୍ତିପାଠ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
