ଆଇପିଏଲ-୨୦୨୩ର ସମସ୍ତ ମ୍ୟାଚ୍ ଖେଳିବେ ବେନ୍ ଷ୍ଟୋକସ
ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ସମସ୍ତ ମ୍ୟାଚ୍ ଖେଳିବ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକସ୍ । ଆଣ୍ଠୁ ଯନ୍ତ୍ରଣା ସତ୍ତ୍ଵେ ବି ସେ ନିଜ ଦଳ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରତିନିଧିତ୍ଵ କରିବେ। ଏ ନେଇ ସେ ସ୍ପଷ୍ଟ କରିଛନ୍ତି ।
ଚେନ୍ନାଇ ସୁପର କିଙ୍ଗସ୍ ଦଳରେ ସାମିଲ ଥିବା ବେନ୍ ଷ୍ଟୋକସ୍ ଅଧାରୁ ଆଇପିଏଲ ଛାଡି ସ୍ବେଦଶ ଫେରିବେ ବୋଲି ଚର୍ଚ୍ଚା ହେଉଥିଲା । ଆହତ ଜନୀତ ସମସ୍ୟା କାରଣରୁ ଚିକିତ୍ସା ପାଇଁ ଦେ ଲଣ୍ଡନ ଚାଲିଯାଇଥାନ୍ତେ । କିନ୍ତୁ ଆହତ ସତ୍ତ୍ବେ ଷ୍ଟୋକସ୍ ଶେଷ ଯାଏ ଆଇପିଏଲ ଖେଳିବା ନେଇ ସ୍ପଷ୍ଟ କରିଛନ୍ତି ।
ନ୍ୟୁଜିଲାଣ୍ଡ ବିପକ୍ଷ ୨ଟି ଟେଷ୍ଟରେ ଆଣ୍ଠୁ ସମସ୍ୟା ଦେଇ ଗତି କରୁଥିଲେ ବେନ୍ ଷ୍ଟୋକସ୍ । ଯାହାକି ୧-୧ରେ ଡ୍ର’ ଭାବେ ଶେଷ ହୋଇଛି । ପୂର୍ବରୁ ଚଳିତ ମାସ ଆରମ୍ଭରୁ ଷ୍ଟୋକସ୍ ସଙ୍କେତ ଦେଇଥିଲେ ଯେ, ୨୦୨୩ ଆଇପିଏଲ ଶେଷ ଭାଗରେ ସେ ସ୍ବଦେଶ ଫେରିପାରନ୍ତି । କାରଣ ଆୟରଲାଣ୍ଡ ବିପକ୍ଷରେ ଟେଷ୍ଟ ଖେଳିବା ପାଇଁ ପ୍ରସ୍ତୁତି କରିବାକୁ ପଡିବ । ଯାହାକି ଜୁନ ୧ ତାରିଖରୁ ଆରମ୍ଭ ହେବ । ସେହିଭଳି ଆସେସ୍ ମଧ୍ୟ ଜୁନ ୧୬ ତାରିଖରୁ ଆରମ୍ଭ ହୋଇଯିବ । ତେଣୁ ନିଜକୁ ଫିଟ୍ ରଖିବା ପାଇଁ ଆଇପିଏଲ୍ ଅଧାରୁ ଫେରିଯିବାକୁ ଯୋଜନା କରିଥିଲେ ।
ଆଇପିଏଲ-୨୦୨୩ ସିଜିନ ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଗ୍ରାଣ୍ଡ ଫାଇନାଲ ମେ ୨୮ରେ ଅନୁଷ୍ଠିତ ହେବ । ତେଣୁ ଅଧିକ ଚାପ ରହୁଥିବାରୁ ଏ ନେଇ ଚେନ୍ନାଇ ସୁପର କିଙ୍ଗସ୍ର ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଳେମିଙ୍ଗ ସହ ଆଲୋଚନା କରୁଥିବା କହିଥିଲେ ଷ୍ଟୋକସ୍ ।
ସୂଚନା ଯେ, ଆହତ କାରଣରୁ ୨୦୨୨ ଆଇପିଏଲ୍ ମଧ୍ୟ ଖେଳିପାରିନଥିଲେ ବେନ୍ ଷ୍ଟୋକସ୍ । ଚେନ୍ନାଇ ସୁପର୍ କିଙ୍ଗସ ତାଙ୍କୁ ୧୬.୨୫ କୋଟି ଟଙ୍କାରେ କିଣିଥିଲା । ବେନ୍ ଷ୍ଟୋକସ୍ କହିଛନ୍ତି, ‘ମୁଁ ଖେଳିବାକୁ ଚାହୁଁଥିଲେ ମଧ୍ୟ କିଛି ସମସ୍ୟା ରହୁଛି । ଯାହାକୁ ପଛରୁ ମୋତେ ଟାଣି ଧରୁଛି । ମୁଁ ଲଗାତାର ଭାବେ ଡାକ୍ତରଙ୍କ ପରାମର୍ଶରେ ରହିଛି ଏବଂ ଆବଶ୍ୟକୀୟ ମେଡିସିନ ଖାଉଛି । ଆଗକୁ ଆସେସ୍ ଥିବାରୁ ଏଥିପାଇଁ ପ୍ରସ୍ତୁତି କରିବାକୁ ପଡିବ । ତେଣୁ ଅତ୍ୟଧିକ ଚାପ କାରଣରୁ ସିଏସକେ ମୁଖ୍ୟ କୋଚଙ୍କ ସହିତ ଆଲୋଚନା କରିଛି । ଆଇପିଏଲର ସମସ୍ତ ମ୍ୟାଚ୍ ଖେଳିବି । ମ୍ୟାନେଜମେଣ୍ଟ ଯେଉଁ ଭରଷା ମୋ ଉପରେ ରଖିଛି ତାହାକୁ ଶେଷ ଯାଏଁ ନିଭେଇବି’।
