ଇନ୍ଦୋର ଟେଷ୍ଟ : ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ, ପ୍ରଥମ ଇନିଂସରେ ୧୦୯ ରନରେ ଅଲ୍ଆଉଟ୍
ଇନ୍ଦୋର : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ବର୍ଡର୍ ଗାଭାସ୍କର ଟ୍ରଫି ସିରିଜର ୩ୟ ଟେଷ୍ଟ ବୁଧବାର ଠାରୁ ଆରମ୍ଭ ହୋଇଛି । ଇନ୍ଦୋରର ହୋଲକର ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ନିରାଶ କରିଛନ୍ତି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବାବେଳେ ଭରତ ପ୍ରଥମ ଇନିଂସରେ କେବଳ ୧୦୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି ।
ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲୀୟ ସ୍ପିନରଙ୍କ ଜାଲରେ ଫସିଥିଲେ । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୨ ରନ୍ ସଂଗ୍ରହ କରିଥିବା ବେଳେ ଶୁଭମାନ ଗିଲ ୨୧, ଭରତ ଏବଂ ଉମେଶ ଯାଦବ ୧୭-୧୭ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପାଇଁ ମାଥ୍ୟୁ କୁହନେମ୍ୟାନ୍ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ନାଥାନ୍ ଲିଅନ୍ ୩ଟି ୱିକେଟ୍ ହାସଲ କରିଥିଲେ । ଟଡ ମୁର୍ଫିଙ୍କ ଖାତାରେ ଗୋଟିଏ ଓ୍ୱିକେଟ୍ ପଡିଛି ।
ଇନ୍ଦୋରରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳରେ କେଏଲ୍ ରାହୁଲଙ୍କ ସ୍ଥାନରେ ଶୁଭମାନ ଗିଲଙ୍କୁ ସୁଯୋଗ ଦିଆଯାଇଥିଲା । ହେଲେ କଙ୍ଗାରୁ ଟିମ୍ର ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ଟିମ୍ ଇଣ୍ଡିଆ ବ୍ୟାଟର୍ । ଲଗାତର ଅନ୍ତରାଳରେ ପଡିଯାଇଲା ଓ୍ୱିକେଟ୍ । ରୋହିତ ଶର୍ମା ୧୨, ଶୁଭମନ୍ ଗିଲ୍ ୨୧, ଚେତେଶ୍ୱର ପୂଜାରା ୧, ବିରାଟ କୋହଲି ୨୨, ରବିନ୍ଦ୍ର ଜାଡେଜା ୪, ଶ୍ରେୟସ ଆୟର ୦, ଶ୍ରିକର ଭାରତ ୧୭, ରବିଚନ୍ଦ୍ରନ ଅଶ୍ୱିନୀ ୩, ଉମେଶ ଯାଦବ ୧୭ ରନ୍ କରିଥିବା ବେଳେ ମହମ୍ମଦ ସିରାଜ ଖାତା ନଖୋଲି ପେଭିଲିୟନ୍ ଫେରିଛନ୍ତି । ଅକ୍ଷର ପଟେଲ୍ ବ୍ୟକ୍ତିଗତ ଭାବେ ୧୨ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଛନ୍ତି । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୨୨ ରନ୍ କରିଛନ୍ତି ।
ସୂଚନା ଯେ, ଯଦି ଭାରତ ତୃତୀୟ ଟେଷ୍ଟ ମ୍ୟାଚ୍ ଜିତେ ତେବେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ସ୍ଥାନ ନିଶ୍ଚିତ କରିବ। ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ରହିଛି ।
