ବାସୁଦେବପୁର ବଜାରରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ଉ, ୫୯୦୦ଟଙ୍କା ଜୋରିମାନା
ଭଦ୍ରକ : ୦୬.୪.୨୩ ରିଖ ଭଦ୍ରକ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ଦ୍ୱାରା ଆଜି ବାସୁଦେବପୁର ବଜାରରେ ବିଭିନ୍ନ ଦୋକାନରେ ଧରପଗଡ଼ କରାଯାଇଥିଲା । ମିଠା ଦୋକାନ, ଫାଷ୍ଟଫୁଡ଼୍ ଦୋକାନ, ରାସ୍ତା ପାଶ୍ୱର୍ରେ ବିକ୍ରୟ କରୁଥିବା ବିଭିନ୍ନ ଖାଦ୍ୟ ପସରା ସବୁ ତଦନ୍ତ କରି ଅପମିଶ୍ରିତ, ବାସି, କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ଜବତ୍ କରି ଖାଦ୍ୟ ନିରାପତ୍ତା ଆଇନ୍ର ଧାରା ୬୯ ଅବମାନନା ଅପରାଧରେ ୫,୯୦୦ଟଙ୍କା ଜୋରିମାନା ବାବଦକୁ ଆଦାୟ କରିଥିଲେ । ନିଜ ନିଜ ବ୍ୟବସାୟ କ୍ଷେତ୍ର ଓ ପରିସରକୁ ପରିସ୍କାର ଓ ସ୍ୱାସ୍ଥ୍ୟପ୍ରଦ ରଖିବା ପାଇଁ ଖାଦ୍ୟ ବ୍ୟବସାୟୀମାନଙ୍କୁ ସଚେତନ କରାଯାଇଥିଲା । ଏହି ଚଢ଼ଉ କାର୍ଯ୍ୟ ପାଇଁ ଗଠିତ ସ୍କାଡ଼୍ରେ ଖାଦ୍ୟ ନିରାପତ୍ତା ବିଭାଗର ଡ଼େଜିନେଟେଡ଼୍ ଅଧିକାରୀ ତଥା ଡ଼ି.ପି.ଏଚ୍.ଓ. ଡ଼ା ଭାରତୀ ରାଉତ, ଖାଦ୍ୟ ନିରାପତ୍ତା ଅଧିକାରୀ ବିଭୁଦତ୍ତ ଦାସ, ବିଭାଗୀୟ ଅଧିକାରୀ ବସନ୍ତ ବେହେରା, ସୁଶାନ୍ତ ନନ୍ଦ ପ୍ରମୁଖ ସାମିଲ ଥିଲେ ।
