ବାସଚ୍ୟୁତଙ୍କ ଆନ୍ଦୋଳନ ତେଜିଲା – ଆଦିବାସୀଙ୍କ ପଟ୍ଟା ଜମିରେ ବିଶ୍ୱକପ ହକି ପଡିଆ ହୋଇଥିବା ଦାବି କରି ପଡିଆ ସମ୍ମୁଖରେ ଧାରଣା -ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ
ରାଉରକେଲା : ରାଉରକେଲା ସହରର ଏଡିଏମ ଅଫିସ ସମ୍ମୁଖରେ ନିଜର ନ୍ୟାର୍ଯ୍ୟ ଦାବି ରେ ଦିର୍ଘ ୧୦ ଦିନ ହେଲା ରାତି ଦିନ ଧାରଣାରେ ବସିଥିବା ଆଦିବାସୀ ମାନଙ୍କୁ ଜିଲ୍ଲା ପ୍ରଶାସନ କୌଣସି ନ୍ୟାୟ ଦେଇ ନପାରିବାରୁ ରାଉରକେଲା ଠାରେ ତିଆରି ଚାଲିଥିବା ବିଶ୍ୱକପ ଲାଗି ହକି ପଡିଆ ସେମାନଙ୍କ ପଟ୍ଟା ଜମିରେ ହୋଇଛି ଦାବି କରି ଶହ ଶହ ଆଦିବାସୀ ସେଠାରେ ଧାରଣା ଦେବାରୁ ସମସ୍ତଙ୍କୁ ଆଜି ପୁଲିସି ଉଠାଇ ନେଇଛି ।ଫଳରେ ଧିରେ ଧିରେ ଯୋର ଧରୁଥିବା ଏହି ଆଦିବାସୀ ମାନଙ୍କ ଆନ୍ଦୋଳନକୁ ଜିଲ୍ଲାରେ ଅଧିକ ଖୋରାକ ଯୋଗାଇଛି । ୩୨ମଉଜାର ଏହି ବିସ୍ଥାପିତ ଆଦିବାସୀ ମାନଙ୍କ କହିବା କଥା ରାଉରକେଲା ଇସ୍ପାତ କାରଖାନା ତିଆରି ବେଳେ ସେମାନଙ୍କର ଜମିଯାଇଥିଲା ଓ ସେମାନଙ୍କୁ ଚାକିରୀ ମିଳିନଥିଲା,ଫଳରେ ସେମାନେ ଦିର୍ଘ ୫୨ ବର୍ଷ ଧରି ଶାନ୍ତିପୁର୍ଣ ଭାବେ ଆନ୍ଦୋଳନ କରିଆସୁଥିଲେ, ପ୍ରଶାସନ ପକ୍ଷରୁ ଏହି ଦାବିଦାର ମାନଙ୍କୁ ଯାଂଚକରାଯାଇ ୧୧୦୦ଜଣଙ୍କୁ ତାଲିକା ଭୁକ୍ତ କରାଯାଇଥିଲା । କିନ୍ତୁ ଏହି ତାଲିକା କୁ ଆରଏସପିକୁ ପଠା ଯାଉନଥିଲା ।୧୦ଦିନ ତଳେ ଏହି ଦାବି କରି ବାସଚ୍ୟୁତ ମାନେ ଆନ୍ଦୋଳନକୁ ବାହାରି କେେବେ ଏହି ତାଲିକା ପଠାଜିବ ତାହା ଲିଖିତ ଆକାରରରେ ଜଣାଇବାକୁ କହିବାରୁ ପ୍ରଶାସନ ଶୁଣିନଥିଲା ଫଳରେ ଏମାନେ ପିଲାଛୁଆ ଧରି ଏଡିଏମ ଅଫିସ ସମ୍ମୁଖରେ ବସି ରହିବା ସହ ଦିନ ରାତି ଆନ୍ଦୋଳନ ଚଳାଇଥିଲେ ।ଏହା ଦ୍ୱାରା ଏଡିଏମ ଅଫିସ ୯ଦିନ କାଳ ବନ୍ଦ ରହିଥିଲା ।ଗତ କାଲି ଏମାନଙ୍କୁ ଏଡିଏମ ଏସପି ଓ ଜିଲ୍ଲାପାଳ କୁଆଡେ କହିଥିଲେ ଆପଣ ମାନଙ୍କ କାମ ହେବ କିଛି ସମୟ ଲାଗି ଆମକୁ ଅଫିସକୁ ଛାଡ ,ପରେ ଆଦିବାସୀ ମାନେ ଏହାକୁ ମାନିଥିଲେ କିନ୍ତୁ ସକାଳୁ ରାତି ହେଲା କାମ କିଛି ହେଲା ନାହିଁ । ଫଳରେ ଅନ୍ଦୋଳନକାରୀ ମାନେ ଆଜି ବିଶ୍ୱ କପ ହକି ଲାଗି ତିଆରି ଚାଲିଥିବା ହକି ପଡିଆ ସମ୍ମୁଖରେ ଧାରଣାରେ ବସିଥିଲେ । ସେମାନଙ୍କ କହିବା କଥା ଅନୁଶାରେ ଆରଏସପି ଭଳି ଏହି ହକି ପଡିଆରେ ମଧ୍ୟ ସେମାନଙ୍କ ପଟ୍ଟା ଜମି ରହିଛି,କାହାକୁ ପଚାରୀ ଏ ଜମି ଉପରେ ଏହି ଷ୍ଟାଡିଅମ କରାଗଲା ତାର ଜବାବ ମାଗିଥିଲେ ଆନ୍ଦୋଳନ କାରୀ । ତେବେ ଏହି ଆନ୍ଦୋଳନ କାରୀ ଓ ଏଥିରେ ସାମିଲ ହେବାକୁ ଆସୁଥିବା ଶହ ଶହ ଆଦିବାସୀ ଙ୍କୁ ପୁଲିସ ଉଠାଇ ନେଇ ରିଜର୍ଭ ପଡିଆରେ ରଖିଥିବା ଜଣାପଡିଛି । ଏହାଦ୍ୱାରା ଆନ୍ଦୋଳନ ତେଜିବା ସହ ଆଦିବାସୀ ମାନଙ୍କ ପ୍ରିୟ ହକି ଲାଗି ତିଆରି ଚାଲିଥିବା ଓ ହେବାକୁ ଯାଉଥିବା ହକି ପଡିଆ ବିବାଦ ଭତିରକୁ ଠେଲି ହୋଇଯାଇଛି । ୫୨ ବର୍ଷ ଧରି ଆନ୍ଦୋଳନ କରୁଥିବା ଏହି ଆଦିବାସୀ ମାନେ ନିଶ୍ଚୟ ବିଶ୍ୱ କପକୁ ଲକ୍ଷକରି ନିଜର ଆନ୍ଦୋଳନକୁ ଯୋରଦାର କରୁଥିଲେ ,ତେବେ ଆଜିର ଗିରଫଦାରୀ ଆଗାମୀ ବିଶ୍ୱ କପ ହକି ଲାଗି ପୁଣି କିପ୍ରକାର ରଂଗ ଆଣୁଚି ତାହା ଦେଖିବାକୁ ବାକି ରହିଲା ।
