ଆରଏସପିରେ ବାସଚ୍ୟୁତଙ୍କୁ ନିଯୁକ୍ତି ମାମଲା : ରାତି ୧୧ଟାରେ ପ୍ରତିଶୃତି ମିଳିବାରୁ ବାସଚ୍ୟୁତ ଘରକୁ ଫେରିଲେ
ରାଉରକେଲା : ରାଉରକେଲା ଇସ୍ପାତ କାରଖାନାରେ ନିଯୁକ୍ତି ନେଇ ଦିର୍ଘ ବର୍ଷ ବର୍ଷ ଧରି ଆନ୍ଦୋଳନ କରୁଥିବା ୩୨ମଉଜା ବାସଚ୍ୟୁତ ମାନେ ୯ ଦିନ କାଳ ଏଡିଏମ ଅଫିସ ସମ୍ମୁଖରେ ଦିନରାତି ବସି ରହିବାପରେ ଗତକାଲି ବିଶ୍ୱ ହକି ପଡିଆକୁ ପଶିବା ସହ ସେଠାରେ ବସି ରହି ସେ ଯାଗା ସେମାନଙ୍କର କେଉଁ ନିୟମ ବଳରେ ସେଠାରେ ଏସବୁ କାମ ଚାଲିଛି ବୋଲି ପ୍ରଶ୍ନ କରିବାରୁ ପୁଲିସ ସେମାନଙ୍କୁ ଉଠାଇ ନେଇଥିଲା । ପରେ ସେମାନଙ୍କୁ ରିଜର୍ଭ ପଡିଆରେ ରଖିଥିଲା, ଭୋକ ଉପାସରେ ସେମାନେ ରାତି ୧୧ଟା ଯାଏ ରହିବା ପରେ ରାଉରକେଲା ଏଡିଏମ ପହଁଚି ୧୧୦୦ ପିଲାଙ୍କ ନାମ ଆରଏସପିକୁ ପଠାଇବା କାମ ୩ ଦିନ ମଧ୍ୟରେ ସମାଧାନ ହେବ ବୋଲି କହିବା ପରେ ବାସଚ୍ୟୁତ ମାନେ ନିଜ ଘରକୁ ଫେରିଥିବା ପ୍ରକାଶ କରିଛନ୍ତି । ଏଭଳି ଘଟଣା ଆଗକୁ ବିଶ୍ୱକପ ହକି ଖେଳ ଲାଗି ନାନା ସମସ୍ୟା ସୃଷ୍ଟି କରିବାର ଆଶଙ୍କା ଦେଖାଯାଇଛି । କାରଣ ଯଦି ସେହି କାମ ୩ ଦିନ ଭିତରେ ପ୍ରଶାସନ କରିବ ବୋଲି କହିଲେ ତେବେ ୧୦ ଦିନ ଆଗରୁ ସେକାମ କରିଦେଇଥିଲେ ଏତେ ଝାମେଲା କାହିଁକି ହୋଇଥାନ୍ତା ? ବୋଲି ପ୍ରଶ୍ନ ହେଉଛି । ବାସଚ୍ୟୁତ ମାନଙ୍କ କହିବା କଥା, ଯେଉଁ ପିଲା ମାନଙ୍କର ଚିହ୍ନଟ ସରିଛି ତାଙ୍କ ନାମ ଆରଏସପିକୁ ପଠାଇବା ସହ ଅନ୍ୟ ଆବେଦନକାରୀଙ୍କୁ ତାଲିକାଭୁକ୍ତ କରାଯାଉ । ତେବେ ଦିର୍ଘ ଦିନ ଧରି ଅନେକ ଅଫିସର ଆସୁଛନ୍ତି ଯାଉଛନ୍ତି କିନ୍ତୁ କାମ ହୋଇ ପାରୁନଥିଲା, ଆନ୍ଦୋଳନକାରୀ ମାନେ ବିଶ୍ୱକପ ହକି ପଡିଆକୁ ଟାର୍ଗେଟ କଲା ପରେ ଯାଇ ସମସ୍ୟା ସମାଧାନ ଲାଗି ରାସ୍ତା ବାହାରିଲା । ଯଦି ଏଥିରେ ପୁଣି ଖିଲାପ କରାଯାଏ ତେବେ ପୁଣି ଆଗାମୀ ୨ମାସ ବିଶ୍ୱକପ ସରିବା ଯାଏ ପ୍ରଶାସନ ଓ ପୁଲିସକୁ ଅଧିକ ପରିଶ୍ରମ କରି ଆନ୍ଦୋଳନକାରୀ ମାନଙ୍କୁ ରୋକିବା ସହ ଏଭଳି ସମସ୍ୟା ଏଠାରେ ଲାଗି ରହିଛି । ଏକଥା ପୁଣି ଦେଶରୁ ବିଦେଶ ଯାଏ ଖେଳିବା ସହ ଆମ ବାବୁ ମାନଙ୍କର ପାରିବା ପଣିଆକୁ ନେଇ ନାନା କଥା ଉଠିବ ବୋଲି ସାଧାରଣରେ ଆଲୋଚନା ଚାଲିଛି ।
