୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଜୁନିୟର ଇଂଜିନିୟର ଗିରଫ
ରାଉରକେଲା : ରାଉରକେଲା ରୁରାଲ ଡେଭେଲପମେଣ୍ଟ ଡିଭିଜନର ଜୁନିୟର ଇଂଜିନିୟର ଦେଦବ୍ରତ ସାହୁ ଆଜି ୧୦ହଜାର ଟଙ୍କା ଲାଂଚ ନେଉଥିବା ବେଳେ ରାଉରକେଲା ଭିଜିଲାନ୍ସ ହାତରେ ଗିରଫ ହୋଇ କୋର୍ଟକୁ ଚାଲାଣ ହୋଇଛନ୍ତି । ମରାମତି କାମ କରିଥିବା ଜଣେ ଠିକାଦାରଙ୍କର ବିଲ କରାଇଦେବା ଲାଗି ଅଭିଯୁକ୍ତ ଇଁଂଜିନିୟର ଲାଂଚଦାବି କରି ଆଜି ନେଉଥିବା ବେଳେ ତାଙ୍କୁ ରାଉରକେଲା ଭିଜିଲାନ୍ସର ଅଧିକାରୀମାନେ ଧରିଥିଲେ । ପରେ ତାଙ୍କ ଅଫିସ, ଛେଣ୍ଡ ଠାରେ ଥିବା ଘର ,ବ୍ୟାଙ୍କ ଆଦିକୁ ଯାଂଚ କଲା ପରେ ବହୁଳ ପରିମାଣର ଟଙ୍କାର ସନ୍ଧାନ ମିଳିଛି । ଏନେଇ ଭିଜିଲାନ୍ସ ମାମଲା ନମ୍ବର ୨୬/୨୨ ରୁଜୁ କରି ଯାଂଚ ଚଳାଇଛି । ରାଉରକେଲା ସହରର ମହାନଗର ନିଗମ ,ସ୍ମାର୍ଟ ସିଟି ,ପୁର୍ତ ବିଭାଗ ପ୍ରଦୁଷଣ ନିୟନ୍ତ୍ରଣ ବିଭାଗ ,ଡ୍ରଗ୍ସ ଇନ୍ସପେକ୍ଟର ଅଫିସ,ସୁନ୍ଦରଗଡ ଜିଲ୍ଲା ଶିକ୍ଷା ବିଭାଗ .ଡିପିସି ଅଫିସରେ ବ୍ୟାପ ଅର୍ଥ କାର ବାର ଚାଲ କୋଟିପତି ତିଆରି ହେଉଥିବା ବେଳେ ଆଜି ଅନେକ ଦିନ ପରେ ଆରଡି ବିଭାଗରେ ଏଭଳି ଧରପଗଡ ସାଧାରଣ ଜନତା ଶୋଷଣ ର ଶିକାର ହେଉଥିବା ଏହି ସବୁ ବିଭାଗ ଉପରେ କେବେ ଭିଜିଲାନ୍ସ ଦୃଷ୍ଟି ଦେବ ତାହା ଦେଖିବାକୁ ବାକି ରହିଲା ବୋଲି ଚର୍ଚ୍ଚା ହେଉଛି ।
