ବାଲେଶ୍ଵର – ଭଦ୍ରକ ଜିଲ୍ଳା ସମବାୟ ସମିତି କର୍ମଚାରୀ ସଂଘର ସ୍ଵାଗତ ସମ୍ବର୍ଦ୍ଧନା ସଭା
ଧାମନଗର : ବାଲେଶ୍ଵର- ଭଦ୍ରକ ଜିଲ୍ଳା ସେବା ସମବାୟ ସମିତି କର୍ମଚାରିସମିତି ପକ୍ଷରୁ ବି ବି ସି ସି ସଭାପତି ଗଣେଷ ପ୍ରସାଦ ମହାପାତ୍ର ଓ ସଭ୍ୟ ଦଶରଥ ଯେନା ଙ୍କୁ ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ଠାରେ ଥିବା ଶ୍ରୀ ଜଗନ୍ନାଥ ସେବା ସମବାୟ ସମିତି ପରିସରରେ ସମ୍ବର୍ଦ୍ଧନା ଦିଆ ଯାଇଛି। ବାଲେଶ୍ଵର ଭଦ୍ରକ ଜିଲ୍ଲା ସେବା ସମବାୟ ସମିତି କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଓ ନିଖିଳ ଓଡ଼ିଶା ସେବା ସମବାୟ ସମିତି ମହାସଂଘର ଉପ ସଭାପତି ଅରୁଣ ଉଦୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସର ରେ ସଭାପତି ଶ୍ରୀ ମହାପାତ୍ର ଓ ସଭ୍ୟ ଶ୍ରୀ ଯେନା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ପରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ଏନ.ଏ.ସି.ଉପାଧ୍ୟକ୍ଷ ଓସିମ ଏଜଦାନି କାଦରି, ସମାଜସେବୀ ଉମେଶ ମହାନ୍ତି, ସୁଶାନ୍ତ ରାଉତ୍, ବି.ବି.ସି.ସି.ବ୍ୟାଙ୍କ ଶାଖା ପରିଚାଳକ ମାନସ ରଞ୍ଜନ ମହାପାତ୍ର, ଏରିଆ ଅଫିସର ମୃତ୍ୟୁଞ୍ଜୟ ପଣ୍ଡା, ଦୋବଲ ସମିତି ସମ୍ପାଦକ ବିଦ୍ୟାଧର ପଣ୍ଡା, ଶ୍ରୀ ଜଗନ୍ନାଥ ସେବା ସମିତି ର ପ୍ରାକ୍ତନ ସଦସ୍ୟ ସୁଧାକର ଦାଶ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରା ଯାଇଥିଲା । ଶ୍ରୀଜଗନ୍ନାଥ ସେବା ସମବାୟ ସମିତି ସମ୍ପାଦକ ତଥା ବାଲେଶ୍ବର ଭଦ୍ରକ ଜିଲ୍ଲା ସେବା ସମବାୟ ସମିତି କର୍ମଚାରୀ ସଂଘର ଧାମନଗର ଶାଖା ସଭାପତି ପ୍ରକାଶ ଚନ୍ଦ୍ର ରାଉତ ସ୍ଵାଗତ ଭାଷଣ ପ୍ରଦାନ କରି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟ କ୍ରମରେ ଧାମନଗର ବ୍ଲକ ବିଭିନ୍ନ ସେବା ସମବାୟ ସମିତିର ସଭାପତି, ସମ୍ପାଦକ ଓ କର୍ମଚାରୀ ଉପସ୍ଥିତ ଥିଲେ। ଧାମନଗର ବ୍ୟାଙ୍କ ସହ କେତେକ ସେବା ସମିତି ର ନିଜସ୍ଵ ଜାଗା ନଥିବାରୁ ନାହିଁନଥିବା ଚାଷୀ ମାନେ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ଅଧିକାଂଶ ସମିତି ର ପାଚେରି ଓ ଗୋଦାମ ଘର ନଥିବାରୁ ଧାନ କିଣା ରେ ବାଧା ସୃଷ୍ଟି ହେବା ନେଇ ନୂତନ ସଭାପତି ଙ୍କ ନିକଟରେକର୍ମ ଚାରି ସମିତି ପକ୍ଷରୁ ଲିଖିତ ଦାବୀ କରାଯାଇ ଥିଲା । ଶେଷରେ ଶ୍ରୀ ଜଗନ୍ନାଥ ସେବା ସମବାୟ ସମିତି ସଭାପତି ଅଭିମନ୍ୟୁ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
