ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଗିରଫ ପ୍ରତିବାଦରେ ଥାନାରେ ଏତଲା ଦେଲା ବାଲେଶ୍ୱର ସଦର ଭାଜପା
ପୋଲିସ ପ୍ରଶାସନର କିଛି ଅଫିସର ଶାସକ ଦଳର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି : ମାନସ ଦତ୍ତ
ବାଲେଶ୍ୱର : ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ଷଡ଼ଯନ୍ତ୍ର ପ୍ରତିବାଦରେ ଶୁକ୍ରବାର ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ବାଲେଶ୍ୱର ସଦର ଭାଜପା ପକ୍ଷରୁ ଟାଉନ ଥାନାରେ ପୋଲିସ ଡିଜି, କଟକ-ଭୁବନେଶ୍ୱର ପୋଲିସ କମିଶନର ଏବଂ ଭୁବନେଶ୍ୱର ଡିସିପିଙ୍କ ବିରୋଧରେ ଏତଲା ଦିଆଯାଇଛି ।
ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ସ୍ୱର ଉତ୍ତୋଳନ କରିଥିବା ବେଳେ ପୋଲିସ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଭାବରେ ଅତର୍କିତ ଓ ମରଣାନ୍ତକ ଆକ୍ରମଣ କରିଥିଲା । ସାଧା ପୋଷାକଧାରୀ ପୋଲିସ ଏବଂ ଶାସକ ଦଳର ଗୁଣ୍ଡା ମାନଙ୍କର ମିଳିତ ଆକ୍ରମଣରେ ଶତାଧିକ ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତା ଗୁରୁତର ଆଘାତ ପାଇବା ସହ ଏବେ ଚିକିତ୍ସାଧୀନ ଅଛନ୍ତି । ପୋଲିସ ଡିଜି, କଟକ-ଭୁବନେଶ୍ୱର ପୋଲିସ କମିଶନର ଏବଂ ଭୁବନେଶ୍ୱର ଡିସିପି ଏହି ଘଟଣାର ନିରପେକ୍ଷ ତଦନ୍ତ ନ କରି ଦଫା ଲଗାଇ ଆକ୍ରୋଶମୂଳକ ଭାବେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହା ପୋଲିସର ବିଶ୍ୱସନୀୟତା ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଭାଜପା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ବିରୁଦ୍ଧରେ ପୋଲିସ ଯେଉଁଭଳି ଅମାନୁଷିକ ଭାବେ ଆକ୍ରମଣ କରିଛି, ସେଥିରେ ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆ ମାନସିକସ୍ତରରେ ଆଘାତ ପାଇଛନ୍ତି । ପୋଲିସ ଡିଜି, କଟକ-ଭୁବନେଶ୍ୱର ପୋଲିସ କମିଶନର ଏବଂ ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶରେ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ମାଡ଼ ମାରିଛନ୍ତି । ପୋଲିସ ପ୍ରଶାସନର କିଛି ଅଫିସର ଶାସକ ଦଳର ଏଜେଣ୍ଟ ହୋଇ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ ବୋଲି ଶ୍ରୀ ଦତ୍ତ ମତପ୍ରକାଶ କରିଛନ୍ତି । ମନ୍ତ୍ରୀ ନବ ଦାସଙ୍କ ହତ୍ୟା କଥାକୁ ଭାଜପା ବାରମ୍ବାର କହୁଥିବାରୁ ପୋଲିସ ପ୍ରଶାସନ ଭାଜପା ଉପରେ ଆକ୍ରୋଶମୂଳକ ମନୋଭାବ ଜାରି ରଖିଛି । ତେଣୁ ଶୁକ୍ରବାର ସଦର ଭାଜପା ପୋଲିସ ଡିଜି, କଟକ-ଭୁବନେଶ୍ୱର ପୋଲିସ କମିଶନର ଏବଂ ଭୁବନେଶ୍ୱର ଡିସିପିଙ୍କ ବିରୋଧରେ ଏତଲା ଦାୟର କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଛନ୍ତି । ସେହିପରି ଏହାର ଅନୁରୂପ କାର୍ଯ୍ୟକ୍ରମ ସଦର, ରୁପସା, ସହଦେବଖୁଣ୍ଟା, ସାର୍ଥା, ଚାନ୍ଦିପୁର ଥାନାରେ କରାଯାଇଛି ।

କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ଗୌରାଙ୍ଗ ଦାସ, ଗୌରାଙ୍ଗ ଦାସ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ବୈଲୋଚନ ଦାସ, ଲକ୍ଷ୍ମୀଧର ବେହେରା, କାଉନସିଲର ସତ୍ୟଶିବ ସୁନ୍ଦର ଦାଶ, ନିତ୍ୟଗୋପାଲ ସିଂ, ରୋଜାଲିନ ପାଣି, ଜିଲା ପରିଷଦ ଗୟାଧର ବେହେରା, ସରପଞ୍ଚ ରବିନାରାୟଣ ପ୍ରଧାନ, ସମିତିସଭ୍ୟ ଅନ ପରିଡା, ସଂଯୁକ୍ତା ମହାପାତ୍ର, ଯୋଗେନ ରଣା, ଚନ୍ଦ୍ରଶେଖର ନନ୍ଦ, ରାଜେନ୍ଦ୍ର ଚାଟାର୍ଜୀ, ବିକାଶ ପାଢ଼ୀ, ଧୀରଜ ମହାନ୍ତି, ହରେନ୍ଦ୍ର ପ୍ରଧାନ, ସର୍ବେଶ୍ୱର ବୁଗୁଡାଇ, ସୁଶାନ୍ତ ବର୍ଦ୍ଧନ, ବଳରାମ ପାତ୍ର, ବିବେକାନନ୍ଦ ରାଉତ, ମାନସ ସାହୁ, ସେଖ ହଲିମ, ସୀବ ପ୍ରଧାନ, ବିଜୟ ପୃଷ୍ଟି, ପବନ କମିଳା, ଉମେଶ ବେହେରା, ପ୍ରଶାନ୍ତ ନନ୍ଦ, ବସନ୍ତ ପ୍ରଧାନ, ଦୁର୍ଗା ବେହେରା, ଅନନ୍ତ ଚାନ୍ଦ, କରୁଣାକର ସେନାପତି, ସୁସ୍ମିତା ଶୁକ୍ଳା, ସ୍ୱର୍ଣ୍ଣପ୍ରିୟା ନାଥ, ଆଶାଲତା ବାଡ଼ି, ମଧୁଶ୍ରୀ ପଣ୍ଡା, ଶକ୍ତି ପାଣିଗ୍ରାହୀ, ଜିତେନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
