ବାଲେଶ୍ୱର : ପିଞ୍ଛାବଣିଆ ଆଶ୍ରମର ବାର୍ଷିକ ମହୋତ୍ସବ ଉଦ୍ଯାପିତ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ରୂପସା ଥାନା ଅନ୍ତର୍ଗତ ପିଞ୍ଛାବଣିଆ ବୈଦିକ ଗୁରୁକୁଳ ଆଶ୍ରମର ୩୫ ତମ ବାର୍ଷିକ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ସମାଜସେବୀ ଅଞ୍ଜଳୀ ପଣ୍ଡା, ମୁଖ୍ୟ ବକ୍ତା ପଣ୍ଡିତ ନିରଞ୍ଜନ ପଣ୍ଡା ଶର୍ମା, ସମ୍ମାନିତ ଅତିଥି ଧ୍ୱନି ପ୍ରତିଧ୍ୱନି ପତ୍ରିକାର ସମ୍ପାଦକ ସୃଷ୍ଟିଧର ପରିଡ଼ା ଯୋଗ ଦେଇ ପ୍ରାଚୀନ ଗୁରୁକୁଳ ପରମ୍ପରା ମହାନ ଅଟେ । ଗୁରୁ ଶିଷ୍ୟଙ୍କ ସମ୍ପର୍କ ସର୍ବଦା ପବିତ୍ର ବୋଲି ମତବ୍ୟକ୍ତ କରିଥିଲେ । ବରେଣ୍ୟ ଅତିଥି ଭାବେ ବିଷ୍ଣୁ ଚରଣ ବାନପ୍ରସ୍ଥି,ଡ. ଜନାର୍ଦ୍ଦନ ବେହେରା, ପୂର୍ବତନ ଅଧ୍ୟାପକ ତାପସ କୁମାର ପଣ୍ଡା ଏବଂ ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ କୁମାର ସେଠି, ସମାଜସେବୀ ସୁଧାକର ଗିରି, ଭଞ୍ଜ କିଶୋର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ ।
ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଏବଂ ଧର୍ମ ପତ୍ନୀ ସାଗରିକା ଦାସଙ୍କ ଯଜମାନତ୍ୱରେ ତ୍ରୀ ଦିବସ ବ୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା । ମହାନ୍ ସନ୍ଥ ଆଚାର୍ଯ୍ୟ ଡ. ଦେବବ୍ରତ ଜୀ ଅକ୍ଷତ ଓ ପୁଷ୍ପରେ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ସମାଜସେବୀ ଅକ୍ଷୟ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ, ଭଜନ ଉପଦେଶକ ଡ. ଅପୁର୍ବ ଦେବ ଶର୍ମା ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଗୁରୁକୁଳ ଆଶ୍ରମର ସଂସ୍ଥାପକ ଆଚାର୍ଯ୍ୟ ବିଜୟ ଜୀଙ୍କ ତତ୍ତ୍ୱାବଧାନରେ ଧ୍ୟାନ, ଯୋଗ, ଯଜ୍ଞ, ବୃକ୍ଷ ରୋପଣ, ଗୋମାତା ସେବା, ଆଧ୍ୟାତ୍ମିକ ପ୍ରବଚନ, ସମ୍ମାନ ସମାରୋହ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପରିଚାଳିତ ହୋଇଥିଲା ।
