ବାଲେଶ୍ୱର : ଟିପିଏନଓଡିଏଲ ପକ୍ଷରୁ ‘ଫେମେ ଫିଏଷ୍ଟା’ ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ଗୋଲେଇ ସ୍ଥିତ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଫେମେ ଫିଏଷ୍ଟା\’ ଅନୁଷ୍ଠିତ ହୋଇଛି । ମହିଳା ଉପଭୋକ୍ତାମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଟିପିଏନଓଡିଏଲ୍ ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇବା ପାଇଁ ଏହାର ଆୟୋଜନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଟିପିଏନଓଡିଏଲ ସିଇଓ ଦ୍ୱିଜଦାସ ବସକ ଯୋଗଦେଇ ସାମ୍ପ୍ରତିକ ସମାଜରେ ମହିଳା ସଶକ୍ତିକରଣ କେବଳ ନାରା ନୁହଁ, ଏହା ବାସ୍ତବରେ ପ୍ରତିଫଳିତ । ସେମାନେ ପୁରୁଷଙ୍କ ସହ ସମକକ୍ଷ । ସେମାନେ ସ୍ୱାବଲମ୍ବୀ । ତଥାପି କିଛି ଅଞ୍ଚଳରେ ତ୍ରୁଟି ବିଚ୍ୟୁତି ରହିଛି । ତେଣୁ ମହିଳାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ଆମେ ସମସ୍ତେ ସର୍ବଦା ଯତ୍ନଶୀଳ ହେବା ଆବଶ୍ୟକ ବୋଲି କହିଥିଲେ । ଚିଫ କମର୍ସିଆଲ ଓ ସିଏସଆର୍ ପର୍ବିନ୍ ବର୍ମା ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ମହିଳା ଉପଭୋକ୍ତାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସେମାନଙ୍କ ସୃଜନଶୀଳତା ବିକାଶ ପାଇଁ ଆଲୋଚନା ଚକ୍ର ମଧ୍ୟ ଆୟୋଜନ କରାଯାଇଥିଲା । ସେହିପରି ଟିପିଏନଓଡିଏଲର ମହିଳା କର୍ମଚାରୀଙ୍କୁ ନେଇ ମଧ୍ୟ ମହିଳା ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥି ସହ ସେମାନଙ୍କୁ ସମ୍ମାନିତ ମଧ୍ୟ କରଯାଇଥିଲା ।
