ବାଲେଶ୍ୱର : ଅଲୋଡ଼ା ହେଲା ଶିଶୁକନ୍ୟା, ପଲିଥିନରେ ନବଜାତକକୁ ଛାଡ଼ି ମା’-ବାପା ଫେରାର
ନୀଳଗିରି : ପୁଣି ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା । ଏକ ଗଳି ରାସ୍ତାରୁ ଉକ୍ତ ନବ ଜାତ ଶିଶୁ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲା ନୀଳଗିରିରେ ଦେଖିବାକୁ ମିଳିଛି ।
ସୂଚନା ଯେ, ରବିବାର ଭୋର୍ ୪ଟା ୫୦ ମିନିଟ୍ ସମୟରେ ନୀଳଗିରି ଏନ୍ଏସିର ୬ ନଂ ୱାର୍ଡ଼ ସ୍ୱର୍ଣ୍ଣଚୁଡ଼ ପାହାଡ଼ ପାଦଦେଶରେ ଅବସ୍ଥିତ ଏକ ମସଜିଦ ନକଟରେ ପରିତ୍ୟକ୍ତ ସ୍ଥାନରେ ପଲିଥିନରେ ନବଜାତ ଶିଶୁକୁ ଛାଡ଼ି ମା\’ ଫେରାର ହୋଇ ଯାଇଥିବା ଜଣାପଡ଼ିଛି । ଶିଶୁକନ୍ୟାଟି କାନ୍ଦୁ ଥିବା ଶବ୍ଦ ଶୁଣିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ôଚ ତାକୁ ଉଦ୍ଧାର କରିଥିଲେ । ଏନେଇ ବାଲେଶ୍ୱର ଏମ୍ପିଙ୍କ ବ୍ୟତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଜାଣିବା ପରେ ଘଟଣାସ୍ଥଳକୁ ଯାଇ ନୀଳଗିରି ପୋଲିସକୁ ଜଣାଇବା ସହ ଉଦ୍ଧାର ଶିଶୁକନ୍ୟାକୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଶିଶୁ କନ୍ୟାର ଅବସ୍ଥା ଭଲ ନଥିବାରୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଶିଶୁ କନ୍ୟାଟିର ଓଜନ ୨କିଲୋ ୬୪୦ ଗ୍ରାମ୍ ହୋଇଥିବା ବେଳେ ଚିକିତ୍ସା ପାଇବା ପରେ ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡ଼ିଛି । ତେବେ ସରକାର କନ୍ୟା ସନ୍ତାନକୁ ଗୁରୁତ୍ୱ ଦେଉଥିବା ବେଳେ ଏପରି ଶିଶୁ କନ୍ୟାକୁ ଫୋପାଡ଼ିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ଅନ୍ୟ ପକ୍ଷରେ ସ୍ଥାନୀୟ ମହିଳାମାନେ ଅଞ୍ଚଳରେ ଭଡ଼ା ଘରେ ଥିବା ଜଣେ ମହିଳାଙ୍କୁ ଗର୍ଭବତୀ ଥିବା ଜାଣିବାକୁ ପାଇବା ପରେ ତାଙ୍କୁ ପଚରାଉଚରା କରିଥିଲେ । ପରେ ଶିଶୁର ବାପା ନୀଳଗିରି ବ୍ଲକ କଳାକାଦ ଗ୍ରାମର ରମେଶ ନାୟକ, ମା’ ଦମୟନ୍ତୀ ବୋଲି ସୂଚନା ମିଳିଛି । ଭୁଲ ନିଷ୍ପତ୍ତି ନେଇ ଏପରି କରିଥିବାର ସେମାନେ ସ୍ୱୀକାର କରିଛନ୍ତି । ଖବର ଲେଖିବା ପର୍ଯ୍ୟନ୍ତ ନୀଳଗିରି ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିଲା ବେଳେ ମା’ ଓ ବାପା ଦୁଇ ଜଣ ଭଡ଼ାଘରେ ତାଲା ପକାଇ କୁଆଡ଼େ ଫେରାର ହୋଇଯାଇଥିବାର ପୋଲିସ ପକ୍ଷରୁ ସୂଚନା ।
