ଓଲଟିଲା ଅଟୋ : ୩ ପରିକ୍ଷାର୍ଥ ଗୁରୁତର, ୫ ଆହତ
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାର ସଲତରପାଲି ଛକ ଠାରେ ଆଜି ସକାଳ ୮ଟା ୪୫ ସମୟରେ ଏକ ଅଟୋ ଓଲଟି ୩ ପରିକ୍ଷାର୍ଥ ଗୁରୁତର ହେବା ସହ ୫ ଜଣ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସଲତରପାଲି ଛକଠାରେ । ଜାମଗାଁରୁ ୧୪ ଜଣ ଛାତ୍ରୀ ମ୍ୟାଟ୍ରିକ ସମେଟିଭ ପରୀକ୍ଷା ଦେବା ପାଇଁ ଅଟୋରେ ସାଉନ୍ତପୁର ସୁରଜମଲ ହାଇସ୍କୁଲକୁ ଯାଉଥିଲେ । ସଲତରପାଲି ଛକ ଠାରେ ହଠାତ ଅଟୋ ସାମ୍ନାକୁ ଏକ ବଡ ହନୁମାଙ୍କଡ ଚାଲି ଆସିଥିଲା । ମାଙ୍କଡକୁ ବଂଚାଇବାକୁ ଯାଇ ରାସ୍ତାକଡକୁ ଓଲଟିପଡିଥିଲା ଅଟୋ । ଫଳରେ ତିନି ଜଣ ଛାତ୍ରୀ ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତି କରାଯାଇଛି । ଅଟୋ ଭିତରେ କ୍ଷମତା ଠାରୁ ଅଧିକ ଛାତ୍ରୀଙ୍କୁ ବସାଯାଇଥିଲା । ଯାହା ଫଳରେ ଆଟୋଟି ଭାରସାମ୍ୟ ହରାଇଥିବା ଅଭିଯୋଗ ହୋଇଛି । ପୁଇଁନ୍ତଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଯୋଗୁଁ ମ୍ୟାଟ୍ରିକ ସମେଟିଭ ପରୀକ୍ଷାରୁ ବଂଚିତ ହୋଇଛନ୍ତି ଛାତ୍ରୀ । ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବୀ ହେଉଛି ।
