ବାହାନଗା ଟ୍ରେନ ଟ୍ରାଜେଡି : ଆଖି ବୁଜିଲେ ଆଉ ଜଣେ ଗୁରୁତର, ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି
Balasore: Rescue operation underway at the site where Coromandel Express, Bengaluru-Howrah Express and a goods train met with an accident, in Balasore district, on Saturday, June 03, 2023. At least 260 people were killed and 900 others suffered injuries, according to officials. (Photo: Biswanath swain/IANS)
କଟକ : କଟକ ଏସସିବି ମେଡିକାଲରେ ଆଖି ବୁଜିଛନ୍ତି ଆଉ ଜଣେ ଗୁରୁତର ଆହତ ବ୍ୟକ୍ତି । ମୃତକ ଜଣଙ୍କର ଆଇସିୟୁରେ ଚିକିତ୍ସା ଚାଲିଥିଲା। ମୃତକଙ୍କ ନାମ ପ୍ରକାଶ କୁମାର ରାମ। ବୟସ ୧୭ ବର୍ଷ। ଘର ବିହାରରେ। ପ୍ରକାଶ କୁମାରଙ୍କ ଇଣ୍ଟରନାଲ ଇଞ୍ଜୁରୀ ଥିଲା।
ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆହତ ଯାତ୍ରୀ ଆଖି ବୁଝିଛନ୍ତି। ସେ କଟକ ଏସସିବିରେ ଚିକିତ୍ସିତ ହେଉଥିଲେ । ମୃତକ ଜଣକ ବିହାରର ପ୍ରକାଶ ରାଜ ବୋଲି ଜଣାପଡିଛି। ସେ ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଥିଲେ । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବରୁ ଜଣଙ୍କ ମୃତ୍ୟୁ ହୋଇଥିଲା । ସେ ମଧ୍ୟ ବିହାର ବାସିନ୍ଦା ଥିଲେ । ଆଜି ତାଙ୍କର ମୃତ ହୋଇଥିବା ନେଇ ସୂଚନା ଦେଇଛନ୍ତି କଟକ ଏସସିବିର ମେଡ଼ିକାଲର କୁଳ ସଚିବ ଡକ୍ଟର ଅବିନାଶ ରାଉତ।
ସୂଚନା ଯେ, ଗତ କିଛି ଦିନ ତଳେ କଟକ ଏସିବିରେ ଚିକିତ୍ସିତ ଅବସ୍ଥା ରେ ଜଣଙ୍କର ମୃତ୍ୟୁ ହେଇଥିଲା । ଆଜି ସକାଳ ସମୟରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି।ଏହାକୁ ମିସାଇ କଟକ ଏସସିବି ବଡ଼ ମେଡ଼ିକାଲରେ ଟ୍ରେନ ଦୃର୍ଘଟଣାରେ ଆସିଥିବା ଆହତଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଟ୍ରେନ ଦୃର୍ଘଟଣାରେ ସମୁଦାୟ ୨୯୦କୁ ମୃତ୍ୟୁ ସଂଖ୍ୟା ପହଁଚିଛି।
