ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପଶିଲା ବର୍ଷାପାଣି
ଭଦ୍ରକ : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ପ୍ରଭାବରେ ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ଜନିତ ବର୍ଷା । ଏହାର ପ୍ରଭାବରେ ଗୁରୁବାର ବିଳମ୍ବିତ ରାତିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହକୁ ଅମୃତକୁଣ୍ଡ/ପାଦୁକ କୁଣ୍ଡ ଦେଇ ବର୍ଷାପାଣି ପ୍ରବେଶ କରିଛି। ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ବୁଡିଯିବାରୁ ଶୁକ୍ରବାର ଭୋର ମଙ୍ଗଳ ଆଳତୀ ଓ ଘର୍ଷଣଲାଗି ନୀତିରେ ବିଳମ୍ବ ଘଟିଛି। ଏପରିକି ବର୍ଷାପାଣିରେ ପଶି ସେବାୟତମାନେ ମଣିବାବାଙ୍କର ପୂଜାର୍ଚ୍ଚନା ଜାରୀ ରଖିଛନ୍ତି। ଏବେ ଗର୍ଭଗୃହରୁ କିପରି ବର୍ଷାପାଣି ନିଷ୍କାସିତ ହେବ ସେଥିପାଇଁ ପ୍ରଶାସନ ପକ୍ଷରୁ ମଟର ଚାଳିତ ପମ୍ପ ପ୍ରସ୍ତୁତ କରାଯାଇ ଜଳ ନିଷ୍କାସନ କରାଯାଉଛି।
