ଅଟୋ-ଭ୍ୟାନ ମୁହାଁମୁହିଁ ଧକ୍କା : ୩ ମୃତ, ୨ ଆହତ
ବାରିପଦା : ମୟୂରଭଞ୍ଜ ଜିଲା ରିପଦା- ଦେଉଳି ରାସ୍ତାର ସିନାଧୁଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସିନାଧୁଆ ଛକ ନିକଟରେ ଏକ ଅଟୋ ଓ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଅଟୋରେ ବସିଥିବା ୩ ଜଣଙ୍କର ମୃତ୍ୟୁ ହୋଇଛି । ସେମାନେ ସମସ୍ତେ ଶୁଳିଆପଦା ଥାନା ଚୁହାଟ ଗାଁର ବୋଲି ଜଣାପଡିଛି । ଉଭୟ ଅଟୋ ଓ ପିକ୍ଅପ୍ ଭ୍ୟାନ୍ର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି।
