କାଳୀପୂଜା ମେଳାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ଉ, ବନ୍ତ ଓ ଆଗରପଡ଼ାରେ କୋଟପା ର ଚଢ଼ଉ
ଭଦ୍ରକ : ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଡ଼ି.ପି.ଏଚ୍.ଓ ତଥା ଖାଦ୍ୟ ନିରାପତ୍ତା ପାଇଁ ଡ଼େଜିଗ୍ନେଟେଡ଼୍ ଅଧିକାରୀ ଡା ଭାରତୀ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଖାଦ୍ୟ ନିରାପତ୍ତା ଅଧିକାରୀ ବିଭୁଦତ୍ତ ଦାସଙ୍କ ନେତୃତ୍ୱରେ ଭଦ୍ରକ କାଳୀପୂଜା ମେଳା ଚରମ୍ପାରେ ଗତକାଲି ତା.୨୮.୧୦.୨୦୨୨ ରିଖରେ ଏକ ଚଢ଼ାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାଳୀପୂଜା ମଣ୍ଡପ ନିକଟସ୍ଥ ଫୁଡ଼୍ ଷ୍ଟଲ୍ ମାନଙ୍କରେ ଧରପଗଡ଼ କରାଯାଇ ବାସି ଖାଦ୍ୟ, କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ସବୁ ନଷ୍ଟ କରାଯିବା ସହିତ ଖାଦ୍ୟ ନିରାପତ୍ତା ଆଇନ୍ ୨୦୦୬ ର ଧାରା ୬୯ ଅବମାନନା ଅପରାଧରେ ୧୦୦୦/- ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଖାଦ୍ୟ ନିରାପତ୍ତା ଜନିତ ଆଇନ୍ ସମ୍ବନ୍ଧରେ ପ୍ରଚାର ପତ୍ର ବଣ୍ଟନ କରାଯାଇ ଖାଦ୍ୟ ଦ୍ରବ୍ୟ ବ୍ୟବସାୟୀ ମାନଙ୍କୁ ସଚେତନ କରାଯାଇଥିଲା । ଏମ୍.ଟି.ଏସ୍. କର୍ମଚାରୀ ସୁଶାନ୍ତ ନନ୍ଦଙ୍କ ସହିତ ଅନ୍ୟ କର୍ମଚାରୀ ମଧ୍ୟ ଏହି ଚଢ଼ଉରେ ସାମିଲ ଥିଲେ । ସେହିପରି ଗତକାଲି ୨୮.୧୦.୨୨ରେ ବନ୍ତ ଓ ଆଗରପଡ଼ା ଅଞ୍ଚଳରେ କୋଟ୍ପା ଆଇନ୍ କାର୍ଯ୍ୟାନ୍ନୟନ ନେଇ ଚଢ଼ଉ କରାଯାଇଥିଲା । ବନ୍ତ ପୋଲିସ୍, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏବଂ ଅବକାରୀ ବିଭାଗର ଅଧିକାରୀ ମାନଙ୍କର ମିଳିତ ଚଢ଼ଉ କରାଯାଇ ଅବୈଧ ଭାବେ ବିକ୍ରୟ କରାଯାଉଥିବା ଗୁଟ୍ଖା ସିଗାରେଟ୍ ଓ ଅନ୍ୟାନ୍ୟ ନିଷେଧ ମାଦକ ଦ୍ରବ୍ୟସବୁ ଜବତ କରାଯାଇ ନଷ୍ଟ କରାଯାଇଥିଲା ।
