ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲା : ନିର୍ଦ୍ଦେଶକଙ୍କୁ ମିଳିଲା ଆଗୁଆ ଜାମିନ୍
କଟକ : ଅର୍ଥତତ୍ତ୍ୱ (ଏଟି ଗ୍ରୁପ) ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶଙ୍କୁ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ୍ । ଇଡ଼ି ପକ୍ଷରୁ ଦାଏର ମାମଲାରେ ୨ ଲକ୍ଷ ଟଙ୍କା ଓ ୨ ଜଣ ଜାମିନଦାରଙ୍କ ବଦଳରେ ଏହି ଜାମିନ ମିଳିଛି । ସେହିପରି ତଦନ୍ତରେ ସାହାଯ୍ୟ କରିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ସୂଚନା ଯେ, ବେଆଇନ ଅର୍ଥ କାରବାର ମାମଲାରେ ଜ୍ୟୋତିପ୍ରକାଶ ଗିରଫ ହୋଇଥିଲେ ।
