ଜାଲରେ ପଡିଲା ୫ଫୁଟର ନାଗ ସାପ
କଟକ : ଆଠଗଡ ବ୍ଳକ୍ ଅନ୍ତର୍ଗତ ବେତଖୋଲି ଗାଁରେ ଘେରା ଯାଇଥିବା ମାଛ ଜାଲରେ ଫସିଗଲା ୫ଫୁଟର ନାଗ ସାପ । ଖବର ପାଇ ଘଟଣାସ୍ଥଳରେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି ।
ସୂଚନା ଯେ, ବେତଖୋଲି ଗାଁର ପ୍ରଶାନ୍ତ ନାୟକଙ୍କ ବଗିଚାରେ ଘେରା ଯାଇଥିବା ମାଛ ଜାଲରେ ଏକ ନାଗ ସାପ ଫସିଯାଇଥିଲେ । ସେ ଏହାକୁ ଦେଖି ଭୟଭୀତ ହୋଇଯାଇଥିଲେ । ପରେ ସେ ଆଠଗଡ଼ ସ୍ନେକ ହେଲ୍ପ ଲାଇନ୍ର ସଦସ୍ୟ ଅସିତ ପ୍ରଧାନଙ୍କୁ ଖବର ଦେିଥିଲେ । ଖବର ପାଇ ଅସିତ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ଦୀର୍ଘ ୨ ଘଣ୍ଟାର ଅପରେସନ ପରେ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଛନ୍ତି ।
