ବିଧାନସଭା ପରିବେଶ କମିଟିର ଯାଜପୁର ଜିଲ୍ଲା ଗସ୍ତ ।
ଯାଜପୁର : ଓଡିଶା ବିଧାନସଭାର ପରିବେଶ ଗୃହ କମିଟିର ଅଧ୍ୟକ୍ଷ ତଥା ବିରୋଧି ଦଳର ମୁଖ୍ୟ ସଚେତକ ମାନ୍ୟବର ବିଧାୟକ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ପରିବେଶ ଊପ କମିଟି-୨ ର ସଦସ୍ୟମାନେ ଯାଜପୁର ଜିଲ୍ଳ୍ା ଗସ୍ତ କରି ପେଂରି ଯାଇଚ୍ଥନ୍ତି । ଜିଲ୍ଳ୍ାପାଳଙ୍କ ସମ୍ମିଳନୀ ଗୃହରେ ଏହି ଉପଲକ୍ଷେ ଆୟୋଜିତ ବୈଠକରେ ପରିବେଶ କମିଟିର ଅଧ୍ୟକ୍ଷ ଶ୍ରୀ ମାଝି ସମସ୍ତଙ୍କୁ ସ୍ୱାଗତ କରିବା ସହ କମିଟିର ସଦସ୍ୟ ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବକ୍ତବ୍ୟରେ ମାନ୍ୟବର ଅଧ୍ୟକ୍ଷ କହିଲେ ଯେ, ବିଧାନସଭା ଊପ କମିଟି ଆଜି କଳିଙ୍ଗ ନଗର ଶିଳ୍ପାଞ୍ଚଳ ଗସ୍ତ କରି ବିଭିନ୍ନ କଳ କାରଖାନା ପରିଦର୍ଶନ କରିଥିଲା । ଭିସା ଷ୍ଟିଲ କାରଖାନା, ଟାଟା ଷ୍ଟିଲ ଓ ମୈଥାନ ଇସ୍ପାତ କାରଖାନ ପରିଦର୍ଶନ ସମୟରେ ପ୍ରଦୁଷଣ ଜନିତ ଅନେକ ଦୋଷ ତୃଟି ନଜରକୁ ଆସିଥିିଲା । ଶିଳ୍ପ କାରଖାନା ମାନଙ୍କରେ ପ୍ରଦୁଷଣର ମାତ୍ରା ଯେପରି ନିୟନ୍ତ୍ରଣରେ ରହିବା କଥା ତାହା ହେଉନାହିଁ । ଏହାକୁ ସୁଧାରିବାକୁ କାରଖାନାର ପ୍ରମୁଖ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଗତ ୧୦ ବର୍ଷ ମଧ୍ୟରେ ଯେଊଁ ଶିଳ୍ପ କାରଖାନା ଗୁଡିକ ପ୍ରଦୁଷଣ ସମ୍ୱନ୍ଧୀୟ ସର୍ତ୍ତ ଅନୁପାଳନ କରିନାହାନ୍ତି ତାହାର ତଥ୍ୟ ଉପସ୍ଥାପନ କରିବାକୁ ଶ୍ରୀ ମାଝି ଜିଲ୍ଳ୍ା ପ୍ରଶାସନକୁ କହିଥିଲେ । ସେହିପରି ସର୍ତ୍ତ ଖିଲାପକାରୀଙ୍କ ପାଇଁ ବିଗତ ଦିନ ମାନଙ୍କରେ ଜିଲ୍ଲା ପ୍ରଶାସନ କି ପ୍ରକାର ପଦକ୍ଷେପମାନ ଗ୍ରହଣ କରିଚ୍ଥି ତାହା କମିଟି ଆଗରେ ଉପସ୍ଥାପନ କରିବା ପାଇଁ କହିଥିଲେ । କମିଟିର ଗସ୍ତ ସମୟରେ ଶିଳ୍ପାଞ୍ଚଳରେ ପ୍ରବାହିତ ଗଣ୍ଡାନାଳର ଜଳ ପ୍ରଦୁଷଣ ନେଇ କମିଟି ଉଦ୍ବେଗ ପ୍ରକାଶ କରିଥିଲା । ବିଭିନ୍ନ କଳ କାରଖାନାରୁ ପ୍ରବାହିତ ଜଳ ଗଣ୍ଡାନାଳ ଦେଇ ନିଷ୍କାସନ ହେବା ପଂଳରେ ଜଳ ପ୍ରଦୁଷିତ ହୋଇ ପଂସଲ ତଥା ଧନ ଜୀବନ ନଷ୍ଟ ହେଊଚ୍ଥି ବୋଲି ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଥିଲେ । ଏଣୁ କାରଖାନା ପରିସରରେ ନିଷ୍କାସିତ ହେଊଥିବା ଭୂପୃଷ୍ଠ ଜଳ ଯେପରି ଗଣ୍ଡାନାଳକୁ ପ୍ରବେଶ ନ କରେ ସେଥିପ୍ରତି ସତର୍କ ରହିବାକୁ କାରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ମାଝି କହିଲେ ଯେ, ଶିଳ୍ପର ପ୍ରଗତି ହେଉମାତ୍ର ସର୍ତ୍ତ ଅନୁପାଳନ ହେଊ । ପଂଳରେ ପରିବେଶ କମିଟିର ଗସ୍ତ ସପଂଳ ହେବା ସଂଗେ ସଂଗେ ଶିଳ୍ପାୟନର ଅଭିବୃଦ୍ଧି ଘଟିବ । କମିଟିର ମାନ୍ୟବର ସଦସ୍ୟ ଡଃ ସି.ଏସ୍. ରାଜେନ ଏକ୍କା କହିଲେ ଯେ, ପରିବେଶ ପ୍ରଦୁଷଣ ଯୋଗୁ ବୃତ୍ତିଗତ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଚ୍ଥି । ଶିଳ୍ପାଞ୍ଚଳର ଅନେକ କାରଖାନା ଭୂପୃଷ୍ଠ ଜଳ ପରିଚାଳନା ଠିକ୍ ଭାବେ ନ କରିବା ଦ୍ୱାରା ଭାରି ବର୍ଷା ସମୟରେ ଜଳ ଅନ୍ୟତ୍ର ପ୍ରବେଶ କରୁଚ୍ଥି । ଏଣୁ ନିରନ୍ତର ତଦାରଖ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ଏକ୍କା ପରାମର୍ଶ ଦେଇଥିଲେ । କମିଟିର ଅନ୍ୟତମ ମାନ୍ୟବର ସଦସ୍ୟ ଶ୍ରୀ ନଊରୀ ନାୟକ କାରଖାନା ପରିସରରେ ଜଳ ବିଶୋଧନାଗାର ସ୍ଥାପନା ସହ ପ୍ରଦୁଷଣର ସମସ୍ତ ସର୍ତ୍ତ ଅନୁପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର, ବିଭାଗୀୟ ବନ ଅଧିକାରୀ, କଟକ ସଂଜୟ କୁମାର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକଙ୍କ , ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗ ନଗର ସନ୍ତୋଷ କୁମାର ମିଶ୍ର, ଉପ ଜିଲ୍ଲାପାଳ ଗୋପୀନାଥ କୁଅଁର, ବିଭିନ୍ନ ଶିଳ୍ପାନୁଷ୍ଠାନର ଅଧିକାରୀ, ଜିଲ୍ଳ୍ା ସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
