ପୂର୍ବ ଶତୃତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ମୁଣ୍ଡକୁ କୋଦାଳରେ ହାଣିଲେ, ଅଭିଯୁକ୍ତ ଗିରଫ, ସାଇଣ୍ଟିଫିକ୍ ଟିମର ତଦନ୍ତ
ଯାଜପୁର : ଜିମିବାଡି ବିବାଦକୁ ନେଇ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି । ଆକ୍ରମଣରେ ଶୀକାର ହୋଇଥିବା ଯୁବକ ଜଣଙ୍କ ଶଂକଟାପର୍ଣ୍ଣ ଥିବାରୁ ତାଙ୍କୁ କଟକସ୍ଥ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା ଘଟିଛି ମଂଗଳପୁର ଥାନା ଅର୍ନ୍ତଗତ ଦୁଦୁରାଅନ୍ତା ପଂଚାୟତରେ । ପଂଚାୟତସ୍ଥ ଦୁଦୁରାଅନ୍ତା ଗ୍ରାମର ପ୍ରହଲ୍ଲାଦ ସେଠୀଙ୍କ ପୁଅ ସନ୍ତୋଷ ସେଠୀ ଏବଂ ନିରାକାର ସେଠୀଙ୍କ ପୁଅ ସୁରେଶ ସେଠୀ ଙ୍କ ମ୍ମରେ ଦୀର୍ଘ ଦିନ ହେଲା ପାରିବାରିକ ଏବଂ ଜମିବାଡି ବିବାଦ ରହିଛି । ଏଥିନେଇ ସନ୍ତୋଷଙ୍କ କୋଦାଳ ଚୋଟରେ ମୁନା ଗୁରୁତର ହୋଇଛି । ଖବର ପାଇ ମଂଗଳପୁର ଆଇଆଇସି ରୀନାରାଣି ସାହୁ ଘଟଣାସ୍ଥଳରେ ପହଂଚି ସନ୍ତୋଷକୁ କାବୁ କରିଥିବାବେଳେ ଆକ୍ରମଣ କରିଥିବା କୋଦାଳକୁ ସିଜ କରାଯାଇଛି । ଅନ୍ୟପକ୍ଷରେ ସ୍ତ୍ରୀ ମଂଜୁଲତା ସେଠୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଥାନା ପକ୍ଷରୁ ୫୩୮/୨୨ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିର‘ କରାଯାଇଛି । ସୂଚନାଥାଉକି ସୁରେଶ ଏବଂ ମୁନାଙ୍କ ମ୍ମରେ ଦୀର୍ଘ ଦିନ ହେଲା ଜମିବାଡିକୁ ନେଇ ପାରିବାରିକ ବିବାଦ ରହିଥିଲା । ଏଥିନେଇ ମ୍ମ ସନ୍ତୋଷ ବହୁବାର ଆକ୍ରମଣ କରିବା ସହିତ ହତ୍ୟା ଧମକ ଦେଉଥିଲା । ମାତ୍ର ଆଜି ଅପରାହ୍ନରେ ମୁନା ମଂଗଳପୁର ଆଡୁ ଏକ ସାଇକେଲରେ ଘରକୁ ଯାଉଥିବାବେଳେ ବିପରିତ ଦିଗରୁ ସନ୍ତୋଷ ଏକ ବାଇକରେ ଆସୁଥିଲା । ମଂଗଳପୁର-ପାରିପଦା ପୃତ୍ତ ବିଭାଗ ରାସ୍ତା ହିରାପୁର ଠାରେ ସନ୍ତୋଷ ଏକ ବ୍ୟାଗରେ ଏକ କୋଦାଳ ରଖି ପୂର୍ବ ପ୍ରସ୍ତୁତିରେ ଆସିଥିଲେ । ହିରାପୁର ଠାରେ ମୁନାଙ୍କୁ ଅଟକାଇ ଆକ୍ରମଣ କରିଥିଲା । କୋଦାଳରେ ମୁଣ୍ଡକୁ ୩ଟି ଚୋଟ ପକାଇଥିଲା । ରାସ୍ତାଉପରେ ମୁନା ଛଟପଟ ହୋଇ ପଡିଯାଇଥିଲେ । ରାସ୍ତାରେ ଖୁବ ଜୋରରେ ରକ୍ତଶ୍ରବ ହୋଇଥିଲା । ନିକଟରେ ଥିବା ଲୋକେ ମୁନାକୁ ସଂଗେସଂଗେ ସ୍ଥାନୀୟ ମଂଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ । ମାତ୍ର ଶଂକଟାପର୍ଣ୍ଣ ଅବସ୍ଥା ଥିବାରୁ ମୁନାକୁ କଟକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଦିଆଯାଇଛି । ଅନ୍ୟପକ୍ଷରେ ଘଟଣାସ୍ଥଳକୁ ଚିହ୍ନଟ କରାଯାଇଥିବାବେଳେ ସନ୍ଧାନିଟିମ ଆସି ରକ୍ତ ନମୁନା ସଂଗ୍ରହ କରିଛନ୍ତି । ଘଟଣାସ୍ଥଳରୁ ବ୍ୟାଗ, ଜୋତା, ଡ୍ରେସ, କୋଦାଳ, ମଟରସାଇକେଲ, ସାଇକେଲ ଆଦି ଜବତ କରାଯାଇଛି । ଆଇଆଇସି ରୀନାରାଣି ସାହୁଙ୍କ ସମେତ ଏସଆଇ ଅର୍ନ୍ତଜ୍ୟାମି ଶ୍ରୀଚନ୍ଦନ, ପାର୍ବତି ମଲ୍ଲିକ, କୈଳାଶ ଚନ୍ଦ୍ର ଭୋଇ, ଏଏସଆଇ ବିକ୍ରମ ରାଉତରାୟ ପ୍ରମୁଖ ଘଟଣାର ତଦନ୍ତ କରୁଥିବା ଦେଖିବାକୁ ମିଳିଛି
