ରାସ୍ତା କଡ଼ରୁ ଆହତ ଯୁବକ ଉଦ୍ଧାର
ଯାଜପୁର : କୁଆଖିଆ -କୟାଁଗୋଲା ୨୦ନମ୍ବର ଜାତୀୟରାଜପଥ ପାଶ୍ୱର୍ ଥାଲୁକୁଡ଼ି ଡାକବଙ୍ଗଳା ନିକଟସ୍ଥ ଧନିପୁର ନିକଟରୁ ଜଣେ ଆହତ ଯୁବକଙ୍କୁ ଜୈନିକ ଅଟୋ ଚାଳକ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଯୁବକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସାପରେ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଜପୁରକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି । ଆହତ ଯୁବକ ଜଣ ମଙ୍ଗଳପୁର ଥାନା କୟାଁ ପଞ୍ଚାୟତ ଗରବନ୍ଧ ଗ୍ରାମ ସର୍ବେଶ୍ୱର ମଲ୍ଲିକଙ୍କ ପୁଅ ପ୍ରତାପ ମଲ୍ଲିକ (୩୮) ବୋଲି ଜଣାପଡ଼ିଛି । କୌଣସି କାରଣକୁ ନେଇ ପ୍ରତାପ ଆକ୍ରମଣ ଶିକାର ହୋଇଥିବା କିଛି ଲୋକ ସନ୍ଦେହ କରୁଥିବା ବେଳେ ପ୍ରତାପ ନିଶା ଖୋର ହୋଇଥିବାରୁ ନିଶାଗ୍ରସ୍ଥ ଅବସ୍ଥାରେ ସେ ରାସ୍ତା କଡ଼ରେ ପଡ଼ିଥାଇ ପାରନ୍ତି ବୋଲି ପୁଲିସ୍ ସନ୍ଦେହ କରିଛି । ସୂଚନାମୁତାବକ ବୁଧବାର ରାତି ପ୍ରାୟ ୮.୩୦ ସମୟରେ ଜୈନିକ ଅଟୋ ଚାଳକ ମଙ୍ଗଳପୁର ଥାନା ଖାନନଗର ଅଞ୍ଚଳରୁ ମଙ୍ଗଳପୁର ବଜାରକୁ ଆସୁଥିବା ବେଳେ ବିପରିତ ପାଶ୍ୱର୍ରୁ ଆସୁଥିବା ଏକ ଟ୍ରକ ଗାଡ଼ିର ଲାଇଟ୍ରେ ଧନିପୁର ନିକଟ ରାସ୍ତା ପାଶ୍ୱର୍ ବିଲରେ ଜଣେ ଯୁବକ ପଡ଼ିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ସେଠାରେ ଅଟୋ ରଖି ଯୁବକଙ୍କୁ ଉଦ୍ଧାର କରିବା ସହିତ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସୂଚନା ପାଇ ମଙ୍ଗଳପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିବା ବେଳେ ପୂର୍ବ ରେକର୍ଡ଼ ନେଇ ଆହତ ଯୁବକଙ୍କ ପରିଚୟ ମିଳିଥିଲା । ସୂଚନା ଥାଉକି ପୂର୍ବରୁ ଆହତ ଯୁବକ ପ୍ରତାପ ମଲ୍ଲିକ ବିଭିନ୍ନ ମାମଲାରେ ମଙ୍ଗଳପୁର ପୁଲିସ୍ ଦ୍ୱାରା ଏକାଧିକବାର ଗିରଫ୍ ହୋଇଛି ।
