ଅବସରପ୍ରାପ୍ତ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ଦ୍ୱାରା ଶୋକ ପ୍ରକାଶ
କେନ୍ଦୁଝର : ସଂଘର ସଭାପତି ସଂଜୟ ବସନ୍ତ ଚକ୍ରଙ୍କ ସଭାପତିତ୍ୱରେ ଶୋକ ସଭା ଅନୁଷ୍ଠିତ କରାଯାଇ ନିକଟରେ ଅଲେଖ ଚନ୍ଦ୍ର ମିଶ୍ର ପୂର୍ବତନ ସଂପାଦକ ଝୁମ୍ପୁରା ବ୍ଲକ୍ ଗୟାଧର ବେହେରା ପ୍ରାକ୍ତନ ଉପସଭାପତି ଓଷ୍ଟା, ତ୍ରିଲୋଚନ ମିଶ୍ର ଅବସରପ୍ରାପ୍ତ ଶିକ୍ଷକ ଏନ୍.ଏସ୍ ପୋଲିସ ହାଇ ସ୍କୁଲ କେନ୍ଦୁଝର ଓ ହିନ୍ଦୀ ଶିକ୍ଷକ ଜନମଙ୍ଗଳ ହାଇସ୍କୁଲ କେଶଦୁରାପାଳ ର ରଙ୍କନାଥ ସୂତାରଙ୍କର ଦେହାନ୍ତ ହୋଇଯାଇଥିବାରୁ ଅବସରପ୍ରାପ୍ତ ଶିକ୍ଷକ ସଂଘର କର୍ମକର୍ତାଙ୍କ ଗହଣରେ ସଂପୃକ୍ତ ବ୍ୟକ୍ତିମାନଙ୍କର ଉଦ୍ଦେଶ୍ୟରେ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ସଂଘର କର୍ମକର୍ତା ଚିନ୍ତାମଣି ଜେନା, ପ୍ରସନ୍ନ କୁମାର ରଥ, ରବୀନ୍ଦ୍ର କୁମାର ପଣ୍ଡା, ଭାଗୀରଥି ଗିରି, ବାବୁଲାଲ ପ୍ରଧାନ, ବାଙ୍କବିହାରୀ ମହାନ୍ତ, ସ୍ୱପ୍ନେଶ୍ୱର ସାହୁ, କ୍ଷୀରୋଦ କୁମାର ରାଉତ, ଶାନ୍ତୁନୁ ମିଶ୍ର, କାଶୀନାଥ ମହାନ୍ତ, ଲମ୍ବୋଦର ମହାନ୍ତ, ସୁଶୀଲ କୁମାର ନାଏକ ଓ ଅନ୍ୟ କର୍ମକର୍ତାମାନେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଆଦର୍ଶ ଗୁଣାବଳି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।
