ପ୍ରଜ୍ଞାଭାରତୀ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବାହାର୍ଦ୍ଦା ସ୍ଥିତ ପ୍ରଜ୍ଞାଭାରତୀ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଅବସର ପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ ହରେକୃଷ୍ଣ ଗିରି ଯୋଗ ଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ବକ୍ତା ଶାନ୍ତିଲତା କଲେଜର ଅଧ୍ୟକ୍ଷ ମନୋରଞ୍ଜନ ବେହେରା ଯୋଗ ଦେଇ ପିଲାମାନଙ୍କ ପାଇଁ ସତ୍ମାର୍ଗ ହିଁ ପ୍ରକୃତ ଶିକ୍ଷା ବୋଲି ବକ୍ତବ୍ୟରେ କହିଥିଲେ ।
ସମ୍ମାନିତ ଅତିଥି ଭାବେ ସମାଜସେବୀ ଅକ୍ଷୟ ମହାନ୍ତି, ଧିରେନ କୁମାର ସେଠୀ, ଗୋକୁଳ କୃଷ୍ଣ ଗିରି ପ୍ରମୁଖ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ସ୍ଥାୟୀ ସଭାପତି ଗୌରାଙ୍ଗ ଚରଣ ବେହେରା ଉତ୍ସବରେ ସଭାପତିତ୍ୱ କରିଥିଲେ । ବିଦ୍ୟାଳୟର ସମ୍ପାଦକ ହିରଣ୍ୟ କୁମାର ବିଶ୍ୱାଳ ଅତିଥି ପରିଚୟ ଓ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ । ଗୁରୁଜୀ ବନମାଳୀ ଦାସ ବାର୍ଷିକ ଖସଡ଼ା ପଠନ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ମାନପତ୍ର ଓ ପୁରସ୍କାର ବିତରଣ କରିଥିଲେ । ଗୁରୁମା ଗିରିଜାବାଳା ଘୋଷ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
