ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କୁ ବସ୍ତା କଂଗ୍ରେସର ସମ୍ବର୍ଦ୍ଧନା
ବସ୍ତା : ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ବାଲିଆପାଳ ସ୍ଥିତ ଜାମକୁଣ୍ଡା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ ଅତିଥି ଭାବେ ଯୋଗଦେବାକୁ ଯିବା ସମୟରେ ବାଲେଶ୍ୱର ଜିଲା ଅନ୍ତର୍ଗତ ବସ୍ତା ବ୍ଲକ କଂଗ୍ରେସ ପକ୍ଷରୁ କୁଡ଼ିଆ ବାଇପାସ ପୋଲ ଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
ଜିଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନାଙ୍କ ନେତୃତ୍ୱରେ ଦଳୀୟ ନେତୃବୃନ୍ଦ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ପଟ୍ଟନାୟକଙ୍କ ସହିତ ଜିଲା କଂଗ୍ରେସ କମିଟିର ସଭାପତି ସଞ୍ଜୀବ ଗିରି ଉପସ୍ଥିତ ଥିଲେ । ଉପସ୍ଥିତ କଂଗ୍ରେସ କର୍ମୀ ମାନେ ବିଭିନ୍ନ ନାରା ଦେଇ ଶ୍ରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବସ୍ତା ବ୍ଲକ ଶ୍ରମିକ କଂଗ୍ରେସ ସଭାପତି ତଥା ପୂର୍ବତନ ସମିତି ସଭ୍ୟ ରବିନ୍ଦ୍ର ଦାସ, ମୁକୁଳିସ ପଞ୍ଚାୟତ ସରପଞ୍ଚ ଅମିତ୍ ବିଶ୍ୱାଳ, ପୁର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଦାସ, ବ୍ଲକ କଂଗ୍ରେସ ଉପସଭାପତି ନରେନ୍ଦ୍ର ଦାସ, ନିର୍ବାଚନମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ଅବିନାଶ ନାୟକ, ମୁକୁଳିସ ପଞ୍ଚାୟତ କଂଗ୍ରେସ ସଭାପତି ପିତାମ୍ବର ପ୍ରଧାନ, ଦୁଧହଂସା ପଞ୍ଚାୟତ କଂଗ୍ରେସ ସଭାପତି ଚୈତନ୍ୟ ଗୋଛୟତ, ମଦନ ଭକ୍ତା, ଶମ୍ବୁନାଥ ଜେନା, ଅରୁଣ ମଣ୍ଡଳ, ବିଜୟ ସାହୁ, ଛାତ୍ର ନେତା ରମେଶ ରାଉଳ, ଭାଗବତ ପ୍ରଧାନ, ଜଗନ୍ନାଥ ଜେନା, ତପନ ଦାସ, ଜନ୍ମଜେୟ ରାଉଳ, ଚକୁରି ପଞ୍ଚାୟତ ଯୁବ କଂଗ୍ରେସ ସଭାପତି ବିଶ୍ୱ ରଞ୍ଜନ ଦାସଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ନେତୃତ୍ୱ ଉପସ୍ଥିତ ଥିଲେ ।
