ଅଚକ ସୂର୍ଯ୍ୟମଣି ପ୍ରାଥମିକ ସ୍କୁଲରେ ବାର୍ଷିକ ଉତ୍ସବ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଅଚକ ପଞ୍ଚାୟତର ସୂର୍ଯ୍ୟମଣି ପ୍ରାଥମିକ ସ୍କୁଲରେ ବାର୍ଷିକ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀବାଳା ମଳିକଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ସେଣ୍ଢ, ମୁଖ୍ୟବକ୍ତା ଭାବେ ସରପଞ୍ଚ ପ୍ରେମଲତା ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ଏବିଇଓ ଲକ୍ଷ୍ମୀପ୍ରିୟା ମାଝୀ, ପ୍ରାଥମିକ ଶିକ୍ଷକ ସଂଘ ବ୍ଲକ ସମ୍ପାଦକ ରମାକାନ୍ତ ଦାସ, ସିଆରସିସି ରାଜେନ୍ଦ୍ର ପ୍ରସାଦ ଦାସ, ସରୋଜ କୁମାର ଓଝା, ଅଚକ ହାଇସ୍କୁଲର ପ୍ରଧାନ ଶିକ୍ଷକ କିଶୋର କୁମାର ବାରିକ, ଉମାଚରଣ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମହାରଣା, ଶିକ୍ଷକ ଗଣେଶ ପ୍ରସାଦ ବାରିକ, ପଦ୍ମନାଭ ମଲ୍ଲିକ, ଅଭୟ କୁମାର ନାୟକ, ପଦ୍ମନାଭ ଜେନା, ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ସାହୁ, ବୈଜୟନ୍ତୀ ନାୟକ, କବିତା ସେଠୀ, ଚିନ୍ମୟୀ ସାହୁ, ଅଙ୍ଗନୱାଡ଼ି କର୍ମୀ ନମିତା ବସନ୍ତରାୟ, ସ୍କୁଲ ପରିଚାଳନା କମିଟି ସଭାପତି ସୁବାସ ସାହୁ, ଉପସଭାପତି ଶକୁନ୍ତଳା ନାୟକ, ରାମଚନ୍ଦ୍ର ତ୍ରିପାଠୀ, ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଶିକ୍ଷାମନସ୍କ କରାଇବାରେ ଶିକ୍ଷକ ଓ ପିତାମାତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
