ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ମଳୟ ମହାନ୍ତଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ସାମ୍ବାଦିକତା କ୍ଷେତ୍ରରେ ସ୍ୱର୍ଗତଃ ମହାନ୍ତ ଜଣେ ଅନୁଷ୍ଠାନ ଥିଲେ
ବାରିପଦା : ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ମଳୟ ମହାନ୍ତଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ମୟୂରଭଂଜ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅରୁଣ ଓତା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ, ବରିଷ୍ଠ ସାମ୍ବାଦିକ ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ୱାମୀଙ୍କ ପୌରହିତ୍ୟରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଉପସ୍ଥିତ ବ୍ୟକ୍ତିବଶେଷ ଓ ସାମ୍ବାଦିକ ସ୍ୱର୍ଗତ ମହାନ୍ତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଂଜଳି ଅର୍ପଣ କରିବା ସହ ତାଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକ ପାତ କରିଥିଲେ । ସାମ୍ବାଦିକତା କ୍ଷେତ୍ରରେ ସ୍ୱର୍ଗତଃ ମହାନ୍ତ ଜଣେ ଅନୁଷ୍ଠାନ ଥିଲେ । ତାଙ୍କର ନିର୍ଭୀକ ସାମ୍ବାଦିକତା ଯୁବ ସାମ୍ବାଦିକଙ୍କ ପାଇଁ ସବୁଦିନେ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସମସ୍ତେ ମତପ୍ରକାଶ କରିଥିଲେ । ସାମ୍ବାଦିକ ସୁକାନ୍ତ କୁମାର ସାହୁ, ଅସୀମ ମହାପାତ୍ର, ନିଳାଦ୍ରୀ ବିହାରୀ ଦଣ୍ଡପାଟ, ତପନ କୁମାର ମହାନ୍ତି, ସୁଜିତ କୁମାର ପଟ୍ଟନାୟକ, ସୁକାନ୍ତ ଜୀଉ, ଦୀପକ କୁମାର ନାୟକ, ଆଲୋକ ସ୍ୱାଇଁ, ପ୍ରିତୀଶ କୁମାର ମହାନ୍ତ, ରୂପମ ସ୍ୱାଇଁ, ବିଶ୍ୱଜିତ ଭୂୟାଁ, ଭକ୍ତି ରଂଜନ ପଣ୍ଡା, ଲଳିତ କୁମାର ବାରିକ, ହରେକୃଷ୍ଣ ପାତ୍ର, ଅଭିଷେକ ଖୁଂଟିଆ ପ୍ରମୁଖ ନିଜର ମତ ରଖିଥିଲେ । ଏହି ଅବସରରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ୧ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ସାମ୍ବାଦିକ ମନୋଜ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।
