ସେଙ୍ଗେଲ ଅଭିଯାନ ପକ୍ଷରୁ ମାରାଂବୁରୁ ସୁରକ୍ଷା ପାଇଁ ଆନ୍ଦୋଳନ ବିକ୍ଷୋଭ ପ୍ରଦର୍ଶନ ସହ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ
ବାରିପଦା : ଆଦିବାସୀ ସେଙ୍ଗେଲ ଅଭିଯାନର ରାଷ୍ଟ୍ରୀୟ ସଭାପତି ପୂର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ନେତୃତ୍ୱରେ ଆଜି ଠାରୁ ମାରାଂ ବୁରୁ ବଂଚାଅ ଅଭିଯାନ ଓଡିଶା ସମେତ ଝାରଖଣ୍ଡ, ବିହାର, ବେଙ୍ଗଲ, ଆସାମ ଆଦି ୫ଟି ପ୍ରଦେଶର ୫୦ ଜିଲ୍ଲା ମୁଖ୍ଯାଳୟରୁ ଆରମ୍ଭ କରାଯାଉଅଛି କରାଯାଉଥିବା ଅବସରରେ ମାରାଂ ବୁରୁକୁ ରକ୍ଷା କରିବା ପାଇଁ ବାରିପଦା ଜୋନାଲ କମିଟିର ସେଙ୍ଗେଲ ସଭାପତି ନାରାନ ମୁର୍ମୁଙ୍କ ନେତୃତ୍ୱରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ କରି ମାରାଂ ବୁରୁକୁ ଅବିଳମ୍ବେ ଜୈନ ମାନଙ୍କର ଜବର ଦଖଲରୁ ମୁକ୍ତ କରାଯିବା ଏବଂ ଏହା ସହିତ ଲୁଗୁ ବୁରୁ, ଟିର ବୁରୁ, ଆଯୋଧ୍ୟା ବୁରୁ, ଦେଶର ସବୁ ପାହାଡ ପର୍ବତକୁ ଆଦିବାସୀ ସମାଜକୁ ହସ୍ତାନ୍ତର କରାଯାଉ ବୋଲି ଦାବି କରିଯାଇଛି । ସୂଚନା ମୁତାବକ ଝାରଖଣ୍ଡ ରାଜ୍ୟ ଗିରିଡିହି ଜିଲ୍ଲାରେ ଅବସ୍ଥିତ ପାରସନାଥ ପର୍ବତ ସାନ୍ତାଳ ଆଦିବାସୀ ମାନଙ୍କର ଈଶ୍ୱର ଅଟନ୍ତି । ପାରସନାଥ ପର୍ବତରେ ଆଦିବାସୀ ମାନଙ୍କର ଯୁଗ ଜାହେର ଥାନ ବା ପୂଜାସ୍ଥଳ ମଧ୍ୟ ଅଛି, ଯେଉଁଠାରେ କି ଯୁଗ ଯୁଗରୁ ଆଦିବାସୀ ମାନେ ପୂଜାଅର୍ଚ୍ଚନା କରି ଆସୁଛନ୍ତି । ଏହା ହିନ୍ଦୁ ମାନଙ୍କର ରାମ ମନ୍ଦିର ଠାରୁ କମ ମହତ୍ୱପୂର୍ଣ ନୂହେଁ । ଏହାକୁ ଝାରଖଣ୍ଡ ସରକାର ୫ ଜାନୁଆରୀରେ ଭାରତ ସରକାରକୁ ପତ୍ର ଲେଖି ଜୈନ ସମାଜ ମାନଙ୍କୁ ହସ୍ତାନ୍ତର କରିବାକୁ ପ୍ରୟାସ କରିଛନ୍ତି । ଭାରତର ଆଦିବାସୀ ମାନଙ୍କର ସହିତ ଧାର୍ମିକ ଆକ୍ରମଣ, ଅନ୍ୟାୟ ଏବଂ ଧୋକା କରିଛନ୍ତି । ତେଣୁ ଝାରଖଣ୍ଡ ସରକାର ହେମନ୍ତ ସୋରେନଙ୍କର କୁଶପୁତଳିକା ମଧ୍ୟ ଦହନ କରି ବିରୋଧ ପ୍ରଦର୍ଶନ କରାଯାଇଅଛି । ଦାବୀପୁରଣ ନହେଲେ ମାରାଂବୁରୁ ସୁରକ୍ଷା ପାଇଁ ଏବଂ ଆଦିବାସୀ ସମାଜର ସମସ୍ତ ପ୍ରକାରର ସମ୍ବିଧାନିକ ଅଧିକାର ପାଇଁ ମଶାଲ-ଜୁଲୁସ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଅଛି । ଏଥିରେ ଓଡିଶା ପ୍ରଦେଶ ସେଙ୍ଗେଲ ସଭାପତି ନରେନ୍ଦ୍ର ହେମ୍ବ୍ରମ , ଜୋନାଲ ସେଙ୍ଗେଲ ଉପସଭାପତି ବାହାଦୁର ମୁର୍ମୁ, ଜୋନାଲ ସେଙ୍ଗେଲ ପାର୍ଗାନା ମାଧବ ଚନ୍ଦ୍ର ମୁର୍ମୁ, ସବଡିଭିଜନାଲ ସେଙ୍ଗେଲ ସଭାପତି ବିକାଶ ଚନ୍ଦ୍ର ହେମ୍ବ୍ରମ, ଜୋନାଲ ମାଝୀ ପାର୍ଗାନା ମାଡୱା ସଭାପତି ବାବୁଲୁ ମୁର୍ମୁ, ଜୋନାଲ ମହିଳା ମୋର୍ଚ୍ଚା ସଭାପତି ପାନମଣି ହେମ୍ବ୍ରମ, ବନମାଳୀ ହାଁସଦା, କୁନା ମୁର୍ମୁ, କାଳି ଚରଣ ମୁର୍ମୁ, ସୁନ୍ଦର ମୋହନ ହାଁସଦା, ଚନ୍ଦ୍ର ମୋହନ ମୁର୍ମୁ ପ୍ରମୁଖ ସେଙ୍ଗେଲ କାର୍ଯ୍ଯକର୍ତା ଉପସ୍ଥିତ ଥିଲେ ।
