ମୋ ବସ୍ ରୁ ୪୨ ହଜାର ଟଙ୍କା ଲୁଟ୍ ଅଭିଯୋଗ
ଭୁବନେଶ୍ୱର : ମୋ ବସରୁ ଦମ୍ପତିଙ୍କ ଠାରୁ ୪୨ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସୋମବାର ଦିନ ବାଣୀବିହାରରୁ ବରମୁଣ୍ଡା ଯିବା ବେଳେ ଦମ୍ପତି ଲୁଟର ଶିକାର ହୋଇଥିଲେ । ଲୁଟ୍ ନେଇ ଦମ୍ପତି ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ନୟାଗଡ଼ର ବିରଂଚି ସେଠୀ ଓ ତାଙ୍କ ପତ୍ନୀ ମୋ ବସ୍ରେ ଯିବା ବେଳେ ଜୟଦେବ ବିହାର ଛକରେ କେହି ଜଣେ ପର୍ସ ନେବାର ସନ୍ଦେହ କରିଥିଲେ ।ଏନେଇ ସେମାନେ ଅଭିଯୋଗ କରିଥିଲେ ହେଁ ମୋ ବସ୍ କର୍ମଚାରୀ ସେମାନଙ୍କୁ ସହଯୋଗ କରିଥିନଥିଲେ ବୋଲି କହିଛନ୍ତି ଦମ୍ପତି ।
