ନୀଳଗିରି ବାଇପାସ ଛକ ଠାରେ ଏୟାରଟେଲର ଜୋନାଲ ଶାଖା ଉଦ୍ଘାଟିତ
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ନୀଳଗିରି : ଏୟାରଟେଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର । ଏୟାରଟେଲର ଗୁଣବତ୍ତା ସମସ୍ତ ଅପହଞ୍ଚ ଇଲାକାରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ନୀଳଗିରି ଏନ୍ଏସି ବାଇପାସ୍ ରୋଡ଼ରେ ହନୁମାନ ମନ୍ଦିର ନିକଟରେ ଏୟାରଟେଲର ଜୋନାଲ ଶାଖାକୁ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ଦ୍ୱାରା ଶୁଭ ଉଦ୍ଘାଟିତ ହୋଇଯାଇଛି । ଏୟାରଟେଲର ଗୁଣବତ୍ତା ସମସ୍ତ ଅପହଞ୍ଚ ଇଲାକାରେ ଉପଲବ୍ଧ କରାଇବା କମ୍ପାନୀର ମୂଳ ଲକ୍ଷ୍ୟ । ଏହାକୁ ସାକାର କରିବା ପାଇଁ ସମସ୍ତ ଅଞ୍ଚଳର ଉପଭୋକ୍ତାକୁ ଏୟାରଟେଲ ନେଟୱାର୍କରର ସହଜ ଉପଲବ୍ôଧ ପାଇଁ ଉକ୍ତ ଶାଖାର ଜରୁରୀ ଆବଶ୍ୟକ ବୋଲି କମ୍ପାନୀ ଏସ୍ଜେଡ୍ଏସ୍ ରଶ୍ମିକାନ୍ତ ବିଶ୍ୱାଳ ମତ ଦେଇଥିଲେ । ଉକ୍ତ ଶାଖାରେ ଏୟାରଟେଲ ନେଟ୍ୱାର୍କର ସମସ୍ତ ସୁବିଧା ମିଳିପାରିବ ବୋଲି ଏଏସ୍ଏମ୍ ପ୍ରଶାନ୍ତ ସାହୁ ପ୍ରକାଶ କରିଛନ୍ତି । ଚନ୍ଦ୍ରଶେଖର ନନ୍ଦ, ଅକ୍ଷୟ କୁମାର ବେହେରା, ସତ୍ତ୍ୱାଧିକାର ଶରତ କୁମାର ସ୍ୱାଇଁ, ରବିନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
