ବାଲିଆପାଳ ସୁବର୍ଣ୍ଣରେଖା ଟ୍ରାକ୍ଟର ମାଲିକ ମହାସଂଘର ୫ମ ସାଧାରଣ ବୈଠକ ଅନୁଷ୍ଠିତ
ବାଲିଆପାଳ : ବାଲିଆପାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ରାବିବାର ଅପରାହ୍ନରେ ବାଲିଆପାଳ ସୁବର୍ଣ୍ଣରେଖା ଟ୍ରାକ୍ଟର ମାଲିକ ମହାସଂଘର ୫ମ ସାଧାରଣ ବୈଠକ ନବ ନିର୍ବାଚିତ ସଭାପତି ସ୍ୱର୍ଗତ ବଳରାମ ସାହୁଙ୍କ ଧର୍ମପତ୍ନୀ ପରମେଶ୍ୱରି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାକାର୍ଯ୍ୟ ଆରମ୍ଭରେ ସଙ୍ଘର ପୂର୍ବତନ ସଭାପତି ୰ ବଳରାମ ସାହୁଙ୍କ ପାଇଁ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଶ୍ରୀମତୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ସଙ୍ଘର ସଦସ୍ୟ ରାଧାକୃଷ୍ଣ ପାତ୍ର ପରିଚାଳନା କରିଥିଲେ । ଉକ୍ତ ବୈଠକରେ ସଙ୍ଘର ସମ୍ପାଦକ ସୌମ୍ୟଦୀପ ଚକ୍ରବର୍ତ୍ତୀ , ସାମାଜିକ କର୍ମୀ ଭାସ୍କର ସାହୁ, ରତ୍ନାକର ନାୟକ, ସାମାଜିକ କର୍ମୀ ପ୍ରତାପ ପାତ୍ର, ପ୍ରଦୀପ ଜେନା, ପୂର୍ବତନ ଜିଲା ପରିଷଦ ସଦସ୍ୟ ଗିରିଶ ପାତ୍ର, ଉପ-ସଭାପତି ଜ୍ୟୋତିଷ ପାତ୍ରଙ୍କ ସହିତ ବହୁ ଟ୍ରାକ୍ଟର ମାଲିକ , ଲେବର, ବେକରୀ ସଂଘ ବୈଠକରେ ଅଂଶ ଗ୍ରହଣ କରିଥିଲେ ।
ଟ୍ରାକ୍ଟରରେ ପରିବହନ ସମୟରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ପ୍ରଶାସନର ଜୁଲମରୁ ସୁରକ୍ଷା ପାଇବା ପାଇଁ ପ୍ରଶାସନକୁ ୭ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯିବାର ସିଦ୍ଧାନ୍ତ ନିଆଯାଇଥିଲା । ଦାବୀପତ୍ର ପ୍ରଦାନର ୭ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ସମସ୍ୟା ଗୁଡ଼ିକର ସମାଧାନ କରାନଗଲେ ଆଗାମୀ ଦିନରେ ଟ୍ରାକ୍ଟର ମହାସଂଘ, ଟିପର ମହାସଂଘ, ବାଲିଆପାଳ ବେକାରୀ ସଂଘ, ଡ୍ରାଇଭର ସଂଘ ରାଜରାସ୍ତାକୁ ଓହ୍ଲାଇ ବାଲିଆପାଳରେ ଚକା ବନ୍ଦ କରାଯିବାର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏଥିସହିତ ପ୍ରତିଟି କ୍ଷେତ୍ରରେ ସମସ୍ତ ଗାଡ଼ି ମାଲିକଙ୍କର ସୁବିଧା ଅସୁବିଧାରେ ସହଯୋଗ ସମସ୍ତ ସଦସ୍ୟ ସହଯୋଗ କରିବା ସହିତ ସଂଘକୁ ବିସ୍ତାର କରିବାର ପ୍ରତିଶ୍ରୁତି ଦେଇଥିଲେ । ସରକାରଙ୍କ ନିୟମ ଅନୁସାରେ ସମସ୍ତ ପରିବହନ କାର୍ଯ୍ୟ କରିବା ସହିତ ସୁବର୍ଣ୍ଣରେଖା ବନ୍ଦରରେ କିପରି ସମସ୍ତ ଟ୍ରାକ୍ଟର ଏବଂ ଡମ୍ପର କାର୍ଯ୍ୟ କରିବାର ସୁଯୋଗ ପାଇପାରିବେ ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ଏବଂ ପ୍ରଶାସନ ପକ୍ଷରୁ ଅହେତୁକ ଜରିମାନା ଆଦାୟ, ଡ୍ରାଇଭର ପାଖରୁ ମୋବାଇଲ ଛଡ଼ାଇ ନେବା ଓ ଡ୍ରାଇଭରକୁ ଦୁର୍ବ୍ୟବହାରକୁ, ଡ୍ରାଇଭରକୁ ଅଟକ ରଖିବା, ଗାଡ଼ିମାଲିକଙ୍କ ଉପରେ ବିନା କାରଣରେ କେଶ ନକରିବା ଆଦି ଦାବିକୁ ପ୍ରଶାସନ ପଖରେ ଉପସ୍ଥାପନ କରାଯିବ । ଯଦି ପ୍ରଶାସନ ଏଥିରୁ ବିରତ ନରହେ ତେବେ ଆଗାମୀ ଦିନରେ ପ୍ରଶାସନ ଗୋଟିଏ ଗାଡ଼ିକୁ ଧରୁଛି ତାହା ହେଲେ ସମସ୍ତ ଟ୍ରାକ୍ଟର ମାଲିକ ଏକତ୍ରିତ ହୋଇ ପ୍ରତିରୋଧ କରିବା ସହିତ ବାଲିଆପାଳରେ ଚକା ଜାମ୍ କରିବାକୁ ସଂଘର ସଭାପତି ଶ୍ରୀମତୀ ସାହୁ ଏବଂ ସମ୍ପାଦକ ଶ୍ରୀ ଚକ୍ରବର୍ତ୍ତୀ ଆହ୍ୱାନ ଦେଇଥିଲେ ।
