ଜଗାଇ କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟ ରେ ଏଡ୍ସ ଦିବସ ପାଳିତ
ବାଲିଆପାଳ : ବାଲିଆପାଳ ବ୍ଲକ ଜଗାଇ କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟର ଏନଏସଏସ, ଯୁବ ରେଡକ୍ରସ ଓ ରେଡ଼ ରିବନ କ୍ଲବ ଆନୁକୂଲ୍ୟରେ ଗୁରୁବାର ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ଏଡ୍ସର ଭୟାବହତା, ନିରା କରଣ ଏବଂ ସତର୍କତା ବିଷୟରେ ଲେଖା ଥିବା ପ୍ଲା କାର୍ଡ ଧରି ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ମହାବିଦ୍ୟାଳୟ ପରିସରରୁ ଶୋଭାଯାତ୍ରାରେ ବାହାରି କାଳିପଦା ବଜାର ପରିକ୍ରମା କରି ଲୋକଙ୍କୁ ସଚେତନ କରାଇଥିଲେ।ଏଡ୍ସକୁ କିପରି ସମୂଳେ ହଟାଯାଇ ପାରିବ ଓ ସେଥିରୁ କିପରି ଦୁରେଇ ରହିବେ ସେ ବିଷୟରେ ଜନ ସାଧାରଣଙ୍କୁ ବୁଝାଇ ଥିଲେ।ପରେ ମହାବିଦ୍ୟାଳୟ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ତର୍କ,କୁଇଜ ଓ ପୋଷ୍ଟର ପ୍ରତିଯୋଗୀତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଆଲୋଚନା ଚକ୍ର ଓ ପୁରସ୍କାର ବିତରଣ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ହରିପ୍ରିୟା ଦାଶ ସଭାପତ୍ବ କରିଥିବା ବେଳେ ଅତିଥି ଭାବରେ ପ୍ରାଧ୍ୟାପକ ବିଶମ୍ବର ଜେନା ଓ ଅଧ୍ୟାପକ ପ୍ରଭାତ କୁମାର ଜେନା ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିବା ସହିତ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ।ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଶଙ୍କର୍ଷଣ ପାଣିଗ୍ରାହୀ ଓ ଅଧ୍ୟାପକ ବିକାଶ ରଞ୍ଜନ ପ୍ରଧାନ, ଅଧ୍ୟାପିକା ସୁପ୍ରାସିନୀ ବେହେରା, ଓ ଅଧ୍ୟାପକ ସୁଶାନ୍ତ କୁମାର ରାଜ ପରିଚାଳନା କରିଥିବା ବେଳେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ରାଧାକାନ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ।
