ନହଙ୍ଗ ମହିଳା ବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସ ଯୁବାବସ୍ଥତାରେ ଅଧିକ ସତର୍କତା ଲାଗି ପରାମର୍ଶ
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ନହଙ୍ଗସ୍ଥିତ ପଞ୍ଚାୟତ ସମିତି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୟୁଥ୍ ରେଡ କ୍ରସ ଏବଂ ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇ ଯାଇଛି । କାର୍ଯ୍ୟକ୍ରମ ପରିଚାଳିକା ଅଳକାନନ୍ଦା ସାହୁଙ୍କୁ ନିର୍ଦ୍ଦେଶକ୍ରମର ଅଧ୍ୟାପିକା ଜ୍ୟୋତ୍ସ୍ନାବାଳା ଦାସ ଙ୍କ ନେତୃତ୍ୱରେ ଏକ ସଚେତନତା ରାଲି ସୋର-କୁପାରୀ ରାସ୍ତା ଏବଂ ନହଙ୍ଗ ଗ୍ରାମ ପରିକ୍ରମା ପରେ ବିଦ୍ୟାଳୟ ପରିସରରେ ପହଞ୍ଚିଥିଲା । ଛାତ୍ରୀଙ୍କ ମଧ୍ୟରେ ବୁଦ୍ଧି ପରୀକ୍ଷା ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ପରେ ଅଧ୍ୟକ୍ଷା ଅନିତାରାଣୀ ନାୟକ ଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା ସଭାରେ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏଡ୍ସ କାଉନସେଲର ରୋଜାଲିନ ସ୍ୱାଇଁ,ଆୟୁସ ଡାକ୍ତର ସଞ୍ଜିବା ବିଶ୍ୱାଳ,ଅଧ୍ୟାପିକା ସୁଲୋଚନା ଦାସ,ଖେଳଶିକ୍ଷକ ଗାୟତ୍ରୀ ଦାସ,ରମା ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଯୁବାବସ୍ଥାରେ ସଞ୍ଜମତା ଆଚରଣ ନକଲେ ଭତାଣୁ ସଂକ୍ରମଣ ହେବାର ଅଧୀକ ସମ୍ଭାବନା ଥିବାରୁ ଏଥିପ୍ରତି ଯୁବଗୋଷ୍ଠୀ ଅଧୀକ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ସମସ୍ତ ଅଧ୍ୟାପନା ମଣ୍ଡଳୀ ଓ କର୍ମଚାରୀ ଦିବସ ପରିଚାଳନାରେ ସହଯୋଗ କରିଥିଲେ ।
