ସମାଜସେବୀ ବିଧାନ ଚନ୍ଦ୍ର ଜେନାଙ୍କ ସଂଯୁକ୍ତ ଆରବ ଦେଶ ସମୂହର ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦାନ ପାଇଁ ମନୋନୀତ
ବାଲିଆପାଳ : ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟିର ସାଧାରଣ ସମ୍ପାଦକ ସମାଜସେବୀ ବିଧାନ ଚନ୍ଦ୍ର ଜେନାଙ୍କୁ ସଂଯୁକ୍ତ ଆରବ ରାଷ୍ଟ୍ର ସମୂହ ଗୁଡିକରେ ୫ ବର୍ଷ ପାଇଁ ଭିସା ମୁକ୍ତ କରାଯାଇ ଡ଼ିସେମ୍ବର ୨ ତାରିଖରୁ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ମନୋନୀତ ହୋଇ ଏହି ରାଷ୍ଟ୍ର ସମୂହ ଗସ୍ତ କରିଛନ୍ତି। ଶ୍ରୀ ଜେନା ପ୍ରଦୂଷଣ ସଂସ୍ଥାନ ଟ୍ରୀ ପକ୍ଷରୁ ଥାଇଲାଣ୍ଡ, ମାଲେସିୟା, ଇଣ୍ଡୋନେସିଆ, ସିଙ୍ଗାପୁର, ଭିଏତନାମ, କମ୍ବୋଡ଼ିଆ, ଲାଓଷ ଓ ଚାଇନା ଠାରେ ଗତ ୧୪ ନଭେମ୍ବରରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ୧୫ ଦିନିଆ ପ୍ରଶିକ୍ଷଣ ଶିବିରରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟିର ସାଧାରଣ ସମ୍ପାଦକ ବିଧାନ ଚନ୍ଦ୍ର ଜେନା ଇତିମଧ୍ୟରେ ଭାରତ ପ୍ରତ୍ୟାବର୍ତନ କରିଛନ୍ତି l ସେଠାରେସେ ଗ୍ଲୋବାଲ ୱାର୍ମିଙ୍ଗ, ଜଳବାୟୁ ପରିବର୍ତନ ଓ ପ୍ରଦ୍ୟୁସଣ, ଜଳ ପ୍ରଦ୍ୟୁଷଣ, ସାମୁଦ୍ରିକ ଅମ୍ଳୀକରଣ ଓ ଜୈବ ବିଭୀଦତା ଉପରେ ଗବେଷଣା କରିବା ସହିତ ସଂଯୁକ୍ତ କର୍ମଶାଳା ରେ ୧୫ ଗୋଟି ରାଷ୍ଟ୍ରର ସମ୍ମିଳିତ ପ୍ରତିନିଧିଙ୍କ ମୁଖ୍ୟ ଭାବେ ଚୟନ ହୋଇଛନ୍ତି l ତତ ସହିତ ଆଗାମୀ ଦିନରେ ଅନ୍ୟାନ୍ୟ ରାଷ୍ଟ୍ର ରୁଷିଆ, ଜାପାନ,ଅଷ୍ଟ୍ରେଲିଆ,କୋରିଆ, ଦୂବେଇ, କୁଏତ, ବାହାରିନ, ଓମାନ,ସାରଯାହା, ଦକ୍ଷିଣ ଆଫ୍ରୀକା ସମ୍ମିଳିତ ଇଉରୋପ ମହାଦେଶ ଓ ସମ୍ମିଳିତ ଉତର ଓ ଦକ୍ଷିଣ ଆମେରିକା ମହାଦେଶ ରେ ହେବାକୁ ଥିବା ସମ୍ମିଳନୀ ମାନଙ୍କରେ ମଧ୍ୟ ଯୋଗଦେବା ପାଇ ଶ୍ରୀ ଜେନା ଟିମ ଲିଡର ଭାବେ ମନୋନୀତ ହୋଇଛନ୍ତି l ଏହି ସବୁ ଦେଶ ମାନଙ୍କୁ ଯିବାକୁ ହେଲେ ପ୍ରାୟତଃ ଅଧିକାଂଶ ବୀମାନ ଦୁବାଇ ଆନ୍ତ୍ରରାଷ୍ଟ୍ରୀୟ ବୀମାନ ବନ୍ଦର ଦେଇ ଗନ୍ତବ୍ୟ କରିଥାନ୍ତି l ଏଥି ପାଇଁ ବୀମାନ ଯାତ୍ରୀ ମାନଙ୍କୁ ଦୁବାଇ ଟ୍ରାଂଜିଟ ଭିଶା ନେବାକୁ ପଡିଥାଏ l ଏବେ ଶ୍ରୀ ଜେନାଙ୍କ ବିଦେଶ ଗ୍ରସ୍ତକୁ ସହଜ ସରଳ କରିବା ପାଇଁ ଆନ୍ତରାଷ୍ଟ୍ରୀୟ ପ୍ରଦ୍ୟୁଷଣ ସମ୍ମିଳନୀ କମିଟିର ସୁପାରୀଶ କ୍ରମେ ଇଉନାଇଟେଡ଼ ଆରବ ଏମିରେଟ (ୟୁଏସଏ)ପକ୍ଷରୁ ଶ୍ରୀ ଜେନାଙ୍କୁ ସଂଯୁକ୍ତ ଆରବ ରାଷ୍ଟ୍ର ସମୂହ ଯଥା ଦୁବେଇ, ସାରଯାହା, ଓମାନ କୁଏତ ଆଦି ବୀମାନ ବନ୍ଦରରେ ଅବତରଣ କରି ପ୍ରବେଶ କରିବା ପାଇଁ ୫ ବର୍ଷ ପାଇଁ ଭିସା ମୁକ୍ତ ଅବାଧ ପ୍ରବେଶ ପାଇଁ ଅନୁମତି ମିଳିଛି l ଯାହା ଫଳରେ ଶ୍ରୀ ଜେନାଙ୍କୁ ଆଉ ଦୁବେଇ ଟ୍ରାଂଜିଟ ଭିସା ନେବାକୁ ପଡିବ ନାହିଁ ଓ ଭାରତରୁ ଦୁବାଇ ଓ ଦୂବାଇରୁ ଅନ୍ୟ ଗନ୍ତବ୍ୟ ସ୍ଥଳ ରାଷ୍ଟ୍ରକୁ ଯିବାପାଇଁ ସହଜ,ବୀମାନ ଭଡା ମଧ୍ୟ୍ୟ ଶସ୍ତା ପଡିବl ଏହି ଖବର ଜାଣିବା ପରେ ଶ୍ରୀ ଜେନାଙ୍କ ବାଲେଶ୍ୱର ସ୍ଥିତ ବାସ ଭବନ ଠାରେ ଆଜି ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟିର ସଭାପତି ଶୁଭାଙ୍କରୀ ମହାନ୍ତି, କାର୍ଯ୍ୟକାରୀ ସଭାପତି ତ୍ରିଲୋଚନ ଜେନା, କୋଷାଧକ୍ଷ ସୁମନ୍ତ ଜେନା, ଉପସଭାପତି ହରେକୃଷ୍ଣ ପାତ୍ର, ଅମୁଲ୍ୟ ନନ୍ଦୀ,, ସମ୍ପାଦକ ସୁକନ୍ୟା ମହାନ୍ତି,ତପନ ଜେନା,ଅର୍ଚନା ରାଉତ, ସହସମ୍ପାଦକ ଭାରତୀ ନାୟକ, ସୁନିଆ ମାରାଣ୍ଡି, ଅନାଦୀ ପାତ୍ର, ପରିଚାଳନା ସଦସ୍ୟ ଅଲିଯାନ ଖାଁ, ମୁରଲୀଧର ଦଳେଇ, ପିତାମ୍ବର ଗିରି, ଉମାକାନ୍ତ ଜେନା, ଅମିତା ଚଣ୍ଡ, ମଙ୍ଗ ସିଂ, କାମଳକାନ୍ତ ଜେନା, ଶଙ୍କର ଜେନା, କୃଷ୍ଣ ଚନ୍ଦ୍ର ମୁର୍ମୁ, ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ l
