ବାରିପଦାରେ ନୂତନ ଏସଡିପିଓଙ୍କ ଯୋଗଦାନ
ବାରିପଦା : ବାରିପଦା ସଦର ଏସଡିପିଓ ଭାବରେ ପ୍ରକାଶ ଜେମ୍ସ ଟପ୍ପୋ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେ ପୂର୍ବରୁ କେନ୍ଦୁଝର ସଦର ଏସଡିପିଓ ଭାବେ କାର୍ଯ୍ୟ କରୁଥିବା ବେଳେ ବାରିପଦା ଏସଡିପିଓ ଭାବେ ତାଙ୍କର ବଦଳି ହୋଇଥିଲା । ବାରିପଦା ସ୍ଥିତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀ ମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ତେବେ ତାଙ୍କ ଅଧିନରେ ଆସୁଥିବା ଥାନା ଅଂଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀ ଟପ୍ପୋ । ପୂର୍ବତନ ଏସଡିପିଓ କେକେ ହରିପ୍ରସାଦଙ୍କ ପୁରୀ ସଦରକୁ ବଦଳି ହୋଇଥିବା ବେଳେ ତାଙ୍କ ଠାରୁ କାର୍ଯ୍ୟ ଭାର ଗ୍ରହଣ କରିଥିବାର ଜଣା ଯାଇଛି ।
