ସନ୍ଧାନ ଓ ଉଦ୍ଧାର ସମ୍ପର୍କିତ ବିପର୍ଯ୍ୟୟ ତାଲିମ ଶିବିର ଉଦଯାପିତ
ବାରିପଦା : ଶାମାଖୁଣ୍ଟା ବ୍ଲକ ଖାଣ୍ଡିଆ ପଞ୍ଚାୟତର କଣ୍ଟାପାଳ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ
ସମ୍ପର୍କିତ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଓସଡ଼ମା, ଜିଲ୍ଲା-ପ୍ରଶାସନ ସହାୟତାରେ ଅନୁଷ୍ଠିତ ଏହି ତାଲିମ ଶିବିର ଦାସୀ ସେଚ୍ଛାସେବୀ ଅନୁଷ୍ଠାନ ଓ ବାତ୍ୟା ଆଶ୍ରୟସ୍ଥଳୀ କଂଟାପାଳ କମିଟି ଦ୍ୱାରା ପରିଚାଳିତ ହୋଇଥିଲା । ଉଦଯାପନୀ ଉତ୍ସବରେ କଣ୍ଟାପାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ରଙ୍କ ସଭାପତିତ୍ୱରେ ଜିଲ୍ଲା କରୁରୀ ଅଧିକାରୀ ସୁଜୟ କୁମାର ପତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯଶୋବନ୍ତ ବେହେରା, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଅଜୟ କୁମାର ଦେହୁରି, ଜିଲ୍ଲା ପ୍ରକଳ୍ପ ଅଧିକାରୀ ହରପ୍ରିୟା ଚାନ୍ଦ, ଗ୍ରାମପଂଚାୟତ ସଂମ୍ପ୍ରସାରଣ ଅଧିକାରୀ ଗୌରଦାସ, ସରପଂଚ ସୋନାମଣୀ ସିଂ, ସିମିତ ସଭ୍ୟା ଦୁର୍ଗାମଣୀ ଦଳେଇ ପ୍ରମୁଖ ଯୋଗଦାନ କରି ବନ୍ୟା ସମୟରେ ବିପଦରେ ପଡ଼ିଥିବା ବ୍ୟକ୍ତି ବିଶେଷଙ୍କୁ କିପରି ଉଦ୍ଧାର କରାଯିବ ସେ ସମ୍ପର୍କରେ ସୂଚନା ଦେଇଥିଲେ । ଦାସୀ ଅନୁଷ୍ଠାନର ସଂପାଦକ ଚନ୍ଦନ କୁମାର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ, ପ୍ରଶିକ୍ଷକ ଭାବେ ଅରୁଣ କୁମାର କେଳା ଓ ଆଦିତ୍ୟ ନାରାୟଣ ପାତ୍ର ୫୦ ଜଣଙ୍କୁ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜବାହାରଲାଲ ଟୁଡ଼, ଅନିଲ ନାଏକ, ବାବୁ ନାଏକ, ସୁଜିତ କୁମାର ନାଏକ, ସୁଶାନ୍ତ ନାଏକ ପ୍ରମୁଖ ସହଯୋଗ କରିଥିଲେ ।
