ବୃଦ୍ଧାଙ୍କୁ କୁକର୍ମ କରିଥିବା ଅଭିଯୁକ୍ତ ଗିରଫ
କଟକ : ସ୍ଥାନୀୟ ପେନ୍ସନ ଲେନ୍ ଅଂଚଳରେ ଘରେ ଜୋର ଜବରଦସ୍ତ ପଶି ଜଣେ ବୃଦ୍ଧାଙ୍କୁ କୁକର୍ମ କରିଥିବା ଅଭିଯୋଗରେ ମହିଳା ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ସେହି ପେନ୍ସନ ଲେନ୍୍ର ଛେଲା ସରକାର ଓରଫ ଭରତ(୩୨) । କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ସୂତାହାଟ ତନ୍ତିସାହିର ଏ. ଶ୍ରୀଦେବୀଙ୍କ ଅଭିଯୋଗ ମୁତାବକ, ଗତ ୧୨ ତାରିଖ ସନ୍ଧ୍ୟା ୬ଟାରୁ ୭ଟା ଭିତରେ ଉକ୍ତ ବୃଦ୍ଧା ଜଣକ ତାଙ୍କ ଘରର ବାରଣ୍ଡାରେ ଏକୁଟିଆ ବସିଥିବା ବେଳେ ଅଭିଯୁକ୍ତ ଭରତ ତାଙ୍କୁ ଟାଣି ନେଇ ଘର ଭିତରେ କବାଟ କିଳି ଜୋର ଜବରଦସ୍ତି କୁକର୍ମ କରିଥିଲା । ତେବେ ବୃଦ୍ଧା ଜଣକ ଚିତ୍କାର କରିବାରୁ ଭରତ ସେଠାରୁ ଦୈାଡି ପଳାଇଯାଇଥିଲା । ମହିଳା ଥାନା ଏନେଇ ଏକ ମାମଲା ରୁଜୁ କରି ବୃଦ୍ଧାଙ୍କ ଡାକ୍ତରୀ ମାଇନା କରାଇଥିଲା । ଅଭିଯୁକ୍ତ ଭରତକୁ ଆଜି କୋର୍ଟ ଚାଲାଣ କରାଯାଇ ।
